
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ପ୍ରାର୍ଥୀ ହୋଇଥିବା ମଲ୍ଲିକାର୍ଜ୍ଜୁନ ଖଡଗେ ଓ ଥରୁରଙ୍କ ମଧ୍ୟରେ ହେବ ଲଢେଇ । ଦୁହେଁ ନିର୍ବାଚନ ମଇଦାନକୁ କୁ ଓହ୍ଲାଇଥିବା ବେଳେ, ଦୁହିଁଙ୍କୁ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ ।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଖଡଗେଙ୍କ ନାମ ଆଦୌ ନଥିଲା। ମାତ୍ର ଦିନକ ପୂର୍ବରୁ ତାଙ୍କ ନାମ ଯୋଡା ଯାଇଥିଲା ଓ ଗାନ୍ଧି ପରିବାରଙ୍କ ଡିନର ଟେବୁଲରେ ତାଙ୍କ ନାମ ଚୂଡାନ୍ତ ହୋଇଥିଲା। ଗାନ୍ଧି ପରିବାରଙ୍କ ସମର୍ଥନ ସହ ଏବେ ତାଙ୍କୁ ଜି-୨୩ ନେତାଙ୍କ ସମର୍ଥନ ମଧ୍ୟ ମିଳିଯାଇଛି। ଏଣୁ ନିର୍ବାଚନରେ ଖଡଗେ ତାଙ୍କର ପ୍ରବଳ ଦାବିଦାରୀ ପେଶ୍ କରିଛନ୍ତି। ଏହା ସତ୍ତ୍ୱ ଖଡଗେ ତାଙ୍କ ବିରୋଧରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ଶଶି ଥରୁରଙ୍କୁ ଓହରିଯିବାକୁ ବି କହିଥିବାର ମାନିଛନ୍ତି।
ଖଡଗେଙ୍କ ସହ ଥରୁର ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଅନ୍ୟଜଣେ ନେତା ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବା ପରେ ଏବେ ଖଡଗେ ଓ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେବାକୁ ଯାଉଥିବା ବେଳେ ଖଡଗେଙ୍କ ଖୁଲାସା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି। ତେବେ ଖଡଗେଙ୍କ ପରାମର୍ଶର ଜବାବରେ ଥରୁର ଗଣତନ୍ତ୍ରରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁଥିବାର କହିଥିଲେ। ଏଣୁ ଥରୁର ପ୍ରାର୍ଥୀପତ୍ର ଦାଖଲ କରିଥିବାର ଖଡଗେ କହିଛନ୍ତି