ଖଲିସ୍ତାନୀ ସମର୍ଥକ ଅମ୍ରିତପାଲ ସିଂ ଗିରଫ, ପଞ୍ଜାବର ଅନେକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ୍

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ ‘ୱାରିସ୍ ପଞ୍ଜାବ ଦେ’ର ନେତୃତ୍ବ ନେଉଥିବା ଅମ୍ରିତପାଲ ସିଂଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଆଜି ସେ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଥିବା ଅନୁମାନ କରାଯାଉଥିବା ବେଳେ ଅପରାହ୍ନରେ ତାଙ୍କୁ ଗିରଫ କରାଯାଇଛି । ଅମ୍ରିତପାଲଙ୍କ ଗିରଫଦାରୀ ପାରେ ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ଆସନ୍ତାକାଲି (ରବିବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଛି ।

ତେବେ ଗତ ଫେବୃଆରୀ ୨୩ ତାରିଖରେ ପଞ୍ଜାବ ଅମୃତସରର ଏକ ଥାନା ଭିତରେ ପଶି ଅମ୍ରିତପାଲ ସିଂ ଓ ତାର ଶତାଧିକ ସହଯୋଗୀ ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏକାଧିକ ପୋଲିସ ଅଧିକାରୀ ଏହି ଆକ୍ରମଣରେ ଗୁରୁତର ହୋଇଥିଲେ । ଏହି ମାମଲାରେ ତାକୁ ଆଜି ଗିରଫ କରାଯାଇଛି । ପଞ୍ଜାବରେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବା ବେଳେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନହେବା ପାଇଁ ପୋଲିସ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୩ ତାରିଖରେ ପଞ୍ଜାବ ଅମୃତସରର ଏଜନଲା ଥାନା ଭିତରେ ପଶି ପୋଲିସକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଅମ୍ରିତପାଲ ଓ ତାର ସହଯୋଗୀ । ତାଙ୍କ ସଂଗଠନର ଅନ୍ୟଜଣେ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ଅଜନାଲା ଥାନାରେ ମାରଣାସ୍ତ୍ର ସହ ପଶି ଖଲିସ୍ତାନୀ ସମର୍ଥକ ସଂଗଠନର ସଦସ୍ୟ ତଥା ନିହାଙ୍ଗ ଶିଖମାନେ । ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନର ମୁଖ୍ୟ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ନିହାଙ୍ଗ ଶିଖ୍ ଏହି ଆକ୍ରମଣକୁ ରୂପ ଦେଇଥିଲେ ।

ଅମୃତପାଲ ସିଂ ହେଉଛି ‘ୱାରିସ୍ ପଞ୍ଜାବ ଦେ’ ନାମକ ଏକ ଖଲିସ୍ତାନୀ ସମର୍ଥକ ସଂଗଠନର ମୁଖ୍ୟ । ‘ୱାରିସ୍ ପଞ୍ଜାବ ଦେ’ ସଂଗଠନ ହେଉଛି ସ୍ବତନ୍ତ୍ର ଖଲିସ୍ତାନୀ ଗଠନକୁ ପ୍ରଚ୍ଛନ୍ନ ସମର୍ଥନ ଦେଉଥିବା ସଂଗଠନ । ଏହାକୁ ପଞ୍ଜାବୀ ଅଭିନେତା ତଥା କୃଷକ ଆନ୍ଦୋଳନର ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ପ୍ରତିଷ୍ଠା କରିଥିଲେ । ନିକଟରେ ଏକ ସଡକ ଦୁର୍ଘଟଣାରେ ଲାଲକିଲ୍ଲା ହିଂସାର ମୁଖ୍ୟ ଅଭିଯୁକ୍ତ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ବିଦେଶରେ ଥିବା ଅମ୍ରିତପାଲ ସିଂ ଭାରତ ଫେରି ଏହାର ନେତୃତ୍ବ ନେଉଛି।

Related Posts