ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଖାନ୍‌ ସାର୍‌ଙ୍କ କୋଚିଂ ସେଣ୍ଟର ଭଙ୍ଗାରୁଜା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା। ନେପାଳର ବିରାଟନଗରର ଏକ ହୋଟେଲରେ ଅଭିଯୁକ୍ତ ପ୍ରିନ୍ସ ଯାଦବଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ନେପାଳ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରୁଛନ୍ତି।

ପାଟନାର କଦମକୁଆଁ ଅଞ୍ଚଳରେ ଖାନ୍ ଗ୍ଲୋବାଲ ଷ୍ଟଡିଜ୍ ଉପରେ ଆକ୍ରମଣ ଘଟଣାରେ ମୃତକ ପ୍ରିନ୍ସ ଯାଦବଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସେବେଠାରୁ ପ୍ରିନ୍ସ ଯାଦବ ଫେରାର ଥିଲେ। ନେପାଳରେ ପ୍ରିନ୍ସଙ୍କର କିପରି ମୃତ୍ୟୁ ଘଟିଲା ତାହା ଅସ୍ପଷ୍ଟ ରହିଛି। ତାଙ୍କ ମୃତ୍ୟୁ ବିହାରର ଦୁଇଟି ପ୍ରଭାବଶାଳୀ କୋଚିଂ ବ୍ରାଣ୍ଡ – ଲୋକପ୍ରିୟ ଶିକ୍ଷକ ଫୈଜଲ ଖାନ (ଖାନ ସାର୍)ଙ୍କ ନେତୃତ୍ୱରେ ଖାନ ଗ୍ଲୋବାଲ ଷ୍ଟଡିଜ୍ ଓ ରୋଶନ ଆନନ୍ଦଙ୍କ ନେତୃତ୍ୱରେ ଜ୍ଞାନ ବିନ୍ଦୁ ଜିଏସ ଏକାଡେମୀ ମଧ୍ୟରେ ଥିବା ତିକ୍ତ ବିବାଦକୁ ପଦାରେ ପକାଇଛି।