ବାଲେଶ୍ବର(ସତ୍ୟପାଠବ୍ୟୁରୋ): ବାଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନ୍ଟି ଧମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ବେଳେ ରାଣୀତାଲ ନିକଟରେ ନିଆଁ ଲାଗିଥିବା ନେଇ ଜାଣିବାକୁ ପାଇଥିଲେ ଗାର୍ଡ । ପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ । ଟ୍ରେନ୍ଟି ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଅଟକିଥିଲା। ପରେ ସୋର ଅଗ୍ନିଶମ ବାହିନୀ କର୍ମଚାରୀ ପହ୍ଞ୍ଚି ୭ଟି ବଗିରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି । ପ୍ରାୟ ୪ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ ହୋଇଛି। ପରେ ଟ୍ରେନ୍ଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଛି ।
