ଆମେରିକା କାଲିଫର୍ଣ୍ଣିଆରେ ଭାରତୀୟ ପରିବାରକୁ ଅପହରଣ: ପୋଲିସର ତନାଘନା ଆରମ୍ଭ

ଦିଲ୍ଲୀ: ଆମେରିକା କାଲିଫର୍ଣ୍ଣିଆରେ ଭାରତୀୟ ପରିବାରକୁ ଅପହରଣ । ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇଥିବା ନେଇ ସୂଚନା ମିଳିଛି । ଅପହୃତଙ୍କ ମଧ୍ୟରେ ୮ମାସର ଶିଶୁ ଥିବା ଜଣାପଡିଛି । ହେଲେ ଏଯାଏଁ ଅପହରଣକାରୀଙ୍କ ବିଷୟରେ ପୋଲିସକୁ କୌଣସି ସୁରାକ୍ ମିଳିନାହିଁ ।

ଏପରି ଘଟଣା ଘଟିଛି କାଲିଫର୍ଣ୍ଣିଆର ମର୍ଷ୍ଟ କାଉଣ୍ଟି ଇଲାକାରେ । ସୂଚନା ମୁତାବକ, ଅପହୃତ ହୋଇଥିବା ପରିବାରରେ ଅଛନ୍ତି ୩୬ ବର୍ଷୀୟ ଜଶଦୀପ ସିଂହ, ତାଙ୍କ ପତ୍ନୀ, ଜସଲିନ୍ କୌର, ତାଙ୍କର ୮ମାସର ଝିଅ ଅରୁହି, ତାଙ୍କର ଜଣେ ବନ୍ଧୁ ଅମନଦୀପ ସିଂହ ।

ପୋଲିସର କହିବା ଅନୁସାରେ, ଏହି ପରିବାରକୁ ସାଉଥ୍ ହାଇୱେରୁ ଅପହରଣ କରାଯାଇଛି । ସନ୍ଦିଗ୍ଧ ଅପହରଣକାରୀ ହତିଆରରେ ସଜ୍ଜିତ ହୋଇଥିଲେ । ଏବିସି-୩୦ର ରିପୋର୍ଟ ମୁତାବକ, ଏହି ଘଟଣାରେ ଅଧିକ କିଛି ତଥ୍ୟ ମିଳିପାରିନାହିଁ । ଏଯାଏଁ ଅପହରଣକାରୀଙ୍କୁ ପୋଲିସ ଖୋଜା ଜାରି ରଖିଛି । ସେମାନଙ୍କର ଅପହରଣ କରିବାର ଉଦ୍ଦେଶ୍ୟ ମଧ୍ୟ ଜଣାପଡିନାହିଁ।

Related Posts