ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଥମଥର ପାଇଁ ମାସ୍କ ପିନ୍ଧିଲେ କିମ ଜଙ୍ଗ । ତେବେ ଉତ୍ତର କୋରିଆରେ ସର୍ବପ୍ରଥମ କୋଭିଡ୍-୧୯ ସଂକ୍ରମଣ ହୋଇଥିବା ସୁନିଶ୍ଚିତ କରାଯିବା ପରେ ସରକାରୀ ଅଧିକାରୀମାନଙ୍କ ସହିତ ସେ ସଂକ୍ରାନ୍ତ ଆଲୋଚନା ସଭାରେ ଯୋଗ ଦେଇଥିବା ନେତା କିମ୍ ଜୋଙ୍ଗ-ଉନ୍ ମୁହଁରେ ‘ସର୍ଜିକାଲ୍ ମା’ସ୍କ୍ ପିନ୍ଧିଥିବା ଦେଖାଯାଇଥିଲା। ସେପଟେ ଦୁଇ ବର୍ଷ ପୂର୍ବେ ସମଗ୍ର ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଥିବାବେଳେ ଉତ୍ତର କୋରିଆରେ ଆଦୌ କରୋନାଭାଇରସ ସଂକ୍ରମଣ ହୋଇନଥିବାର ଦାବି କରିଥିଲା । ହେଲେ ବର୍ତ୍ତମାନ ଦେଶରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ, କିମ୍ ସମଗ୍ର ଉତ୍ତର କୋରିଆରେ କଠୋର ଜାତୀୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ, କୋଭିଡ୍-୧୯ ପଜିଟିଭ୍ ବାହାରି ଥିବା ଉକ୍ତ ବ୍ୟକ୍ତିଜଣକର ମୃତ୍ୟୁ ହୋଇଯାଇଛି।

ଏହାଛଡ଼ା, ଏବେ ଉତ୍ତର କୋରିଆର ବିଭିନ୍ନ ପ୍ରାନ୍ତରେ ଲୋକମାନେ ଏକ ପ୍ରକାର ଅଜ୍ଞାତ ଜ୍ବରରେ ପୀଡ଼ିତ ହେଉଥିବା ରିପୋର୍ଟ ମଧ୍ୟ ମିଳିଛି। ଅନ୍ୟପଟେ ଉତ୍ତର କୋରିଆର ୨୫ ନିୟୁତ ଜନତା କୋଭିଡ୍-୧୯ ନିରୋଧୀ ଟିକା ନେଇ ନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆନ୍ତର୍ଜାତିକ ସମୁଦାୟ ଗତବର୍ଷ ଆଷ୍ଟ୍ରାଜେନିକା ଏବଂ ଚୀନ୍ ନିର୍ମିତ କୋଭିଡ୍ ଟିକା ଯୋଗାଇ ଦେବାକୁ ଆଗ୍ରହୀ ଥିଲେ ମଧ୍ୟ ତାହା ଗ୍ରହଣ କରିବା ଲାଗି ଉତ୍ତର କୋରିଆ ଅଗ୍ରାହ୍ୟ କରି ଦେଇଥିଲା। ବରଂ ସେ କହିଥିଲା ଯେ, ଜାନୁଆରି ୨୦୨୦ରେ ତା’ର ସୀମା ସିଲ୍ କରି ସେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।