ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି: ଶରଦ ପାୱାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜର ରଣନୀତି ଓ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏନସିପି ନେତା ଶରଦ ପାୱାର ପାକିସ୍ତାନକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାୱାର ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ । ଏହି ଅବସରରେ ସେ ନାମ ନ ନେଇ ପଡୋଶୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି । ନୂଆ ପାକିସ୍ତାନ ଲକ୍ଷ୍ୟ ନେଇ ଜଣେ ଯୁବକ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

କିନ୍ତୁ ତାଙ୍କୁ କ୍ଷମତାରୁ ହଟାଇ ଦିଆଯ୍ଧବଥିଲା । ବର୍ତ୍ତମାନ ସେଠାରେ ଭିନ୍ନ ଚିତ୍ର ଦେଖାଯାଉଛି । ପ୍ରକୃତରେ ପାକିସ୍ତାନ ଲୋକ ଭାରତକୁ ଘୃଣା କରନ୍ତି ନାହିଁ । ଦୁଇଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ସମୟରେ ମୁଁ ଅନେକଥର ଲାହୋର ଯାଇଛି । ସେଠାରେ ଆମକୁ ଭଲ ପାଇବା ମିଳେ । ଯେଉଁମାନେ ସେନାର ସାହାଯ୍ୟରେ କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି ସେମାନେ ହିଁ ଦେଶରେ ସଂଘର୍ଷ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଏନସିପି ନେତା ଶରଦ ପାୱାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts