“ପ୍ରଥମେ ନିଜ ବୟସ ଜାଣ ତାପରେ ଆମ ବିଷୟରେ କଥା କହିବ”; ଆଦିତ୍ୟ ଠାକରେଙ୍କୁ ସିନ୍ଦେଙ୍କ କଡ଼ା ଜବାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଥମେ ନିଜ ବୟସ ଜାଣ ତାପରେ ଆମ ବିଷୟରେ କଥା କହିବ। ସିନ୍ଦେଙ୍କୁ ଧୋକାବାଜ କହିବା ପରେ ଆଦିତ୍ୟ ଠାକରେଙ୍କୁ ଏପରି କଡ଼ା ଜବାବ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ନେତା ଆଦିତ୍ୟ ଠାକରେଙ୍କୁ ନେଇ ନିଜର ରଣନୀତି ବଦଳାଉଥିବା ଜଣାପଡିଛି। ବିଦ୍ରୋହୀ ଶିବସେନା ନେତାମାନଙ୍କୁ ସମାଲୋଚନା କରି ନିକଟରେ ସିନ୍ଦେ ଆଦିତ୍ୟ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସେ ନିଜ ବୟସ ଜାଣିବା ଉଚିତ ଓ ସେହି ଅନୁଯାୟୀ ମନ୍ତବ୍ୟ କହିବା ଉଚିତ୍। ଆଦିତ୍ୟ ସିନ୍ଦେଙ୍କୁ ଜଣେ ଧୋକାବାଜ ଓ ଠକ ବୋଲି କହିବା ପରେ ସେ ଏହି ଉତ୍ତର ରଖିଛନ୍ତି।

ତେବେ ସୂଚନା ଅନୁସାରେ ଏକ ଘରୋଇ ମରାଠୀ ନ୍ୟୁଜ ଚ୍ୟାନେଲ ପକ୍ଷରୁ ବିଦ୍ରୋହୀ ବିଧାୟକମାନଙ୍କୁ ଆଦିତ୍ୟ ଠକ ବୋଲି କହିବା ପ୍ରସଙ୍ଗକୁ ନେଇ ସିନ୍ଦେଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାପରେ ସିନ୍ଦେ କହିଛନ୍ତି ଯେ, “ସେ ପ୍ରଥମେ ନିଜର ବୟସ ଜାଣନ୍ତୁ ଏହାପରେ ଆମ ବିଷୟରେ କଥା କହିବେ। ଆଜି ଆମେ ଯାହା କିଛି ହୋଇଛି ବାଲାସାହେବ ଠାକରେ ଓ ତାଙ୍କ ଚିନ୍ତାଧାରା ପାଇଁ। କିନ୍ତୁ ସେ ଆଦିତ୍ୟ ଓ ଅନ୍ୟମାନେ ସତ୍ତା ପାଇଁ ବାଲାସାହେବଙ୍କ ବିଚାରଧାରା ଠାରୁ ଦୂରେଇ ଯାଇଛନ୍ତି, ଯାହା ବିରୋଧରେ ଆମେ ଏହି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛୁ।”

Related Posts