ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ରାଜ୍ୟର ପ୍ରତ୍ୟେକ ତହସିଲରେ ହେଲିପ୍ୟାଡ ନିର୍ମାଣ କରିବେ। ରାଜ୍ୟରେ ରନୱେ ବିସ୍ତାର ଉପରେ କାର୍ଯ୍ୟ କରିବେ ଫଳରେ ଲୋକଙ୍କୁ ଚିକିତ୍ସା ସହାୟତା ମିଳିପାରିବ। ମହାରାଷ୍ଟ୍ର ବିମାନବନ୍ଦର ଉନ୍ନତୀକରଣ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳର ୮୧ ତମ ବୈଠକରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଘୋଷଣା କରିଛନ୍ତି।
ଯୋଜନାର ଘୋଷଣା କରିବା ସହ ସିନ୍ଦେ ଅଧିକାରୀଙ୍କୁ ରନୱେ ଓ ବିମାନ ବନ୍ଦର ବିସ୍ତାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମହାରାଷ୍ଟ୍ର ଏୟାରପୋର୍ଟ ଡେଭଲପମେଣ୍ଟ କମ୍ପାନୀ ପ୍ରବନ୍ଧ ନିର୍ଦ୍ଦେଶକ ଦୀପକ କପୁର କହିଛନ୍ତି ଯେ ମହାରାଷ୍ଟ୍ରରେ ୧୫ ଟି ବିମାନବନ୍ଦର ଓ ୨୮ ଟି ଏୟାରଷ୍ଟ୍ରିପ୍ ରହିଛି।
ଏନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ସବୁ ତହସିଲରେ ଏକ ହେଲିପ୍ୟା ହେବା ଆବଶ୍ୟକ। ଏବଂ ଏଥିପାଇଁ ପ୍ରାଥମିକତା ଆଧାରରେ ଭୂମି ଆବଣ୍ଟନ ଖୁବ୍ ଶୀଘ୍ର କରାଯିବ। ଯାହାଦ୍ୱାରା ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ରୋଗୀମାନଙ୍କ ପାଇଁ ସୁବିଧା ହୋଇପାରିବ। ବିଶେଷ କରି ଦୁର୍ଗମ ଅଞ୍ଚଳରେ ଏହା ଖୁବ୍ ସହାୟକ ହୋଇପାରିବ ବୋଲି ସିନ୍ଦେ କହିଛନ୍ତି।