ନଟୋର ସଦସ୍ୟ ପାଇଁ କୋସୋଭୋ ରାଷ୍ଟ୍ରପତି ଓସାମି ଇଚ୍ଛା ପ୍ରକାଶ କରିଛନ୍ତି। ଏନେଇ ସେ ୱାସିଂଟନର ସହାୟତା ଲୋଡିଛନ୍ତି । ଏହି ମିଲାଟାରୀ ସଂଗଠନର ସଦସ୍ୟତା ପାଇଁ ଆମେରିକା ରାଷ୍ଟ୍ରପତି ଡୋ ବାଇଡେନ ହସ୍ତକ୍ଷେପ ଲୋଡିଛନ୍ତି।
ମାର୍ଚ୍ଚ ୧୦ରେ ବାଇଡେନଙ୍କୁ ଲେଖିଥିବା ନିଜ ପତ୍ରରେ ଓସାମି କହିଛନ୍ତି, ୟୁକ୍ରେନରେ ଉପରେ ରୁଷର ଆକ୍ରମଣ ପରେ ନାଟୋର ସଦସ୍ୟତା ହାସଲ କରିବା ହିଁ ତାଙ୍କ ଜାତୀୟ ସୁରକ୍ଷାରେ ସବୁଠୁ ବଡ଼ ପ୍ରାଥମିକତା । ନିଜ ପତ୍ରରେ ଓସାମି କହିଛନ୍ତି,’ନାଟୋରେ କୋସୋଭୋର ସଦସ୍ୟା ଏବେ ଜରୁରୀ ହୋଇପଡିଛି’।
ଏହାସହ ଓସାମି କହିଛନ୍ତି, ‘ଆମର ପୂର୍ଣ୍ଣ ବିଶ୍ୱାସ ଏବଂ ଆଶା ଆମେରିକା ନିଜର ନେତୃତ୍ୱର ବ୍ୟବହାର କରି ନାଟୋର ସଦସ୍ୟତା ହାସଲ କରିବାରେ ଥିବା ଜଟିଳ ପ୍ରକ୍ରିୟାରେ କୋସୋଭୋକୁ ସାହାଯ୍ୟ କରିବ’ । ୨୦୦୮ରେ ସାଇବେରିଆରୁ ଅଲଗା ହୋଇ ସ୍ୱାଧୀନ ରାଷ୍ଟ୍ର ହୋଇଥିବା କୋସୋଭୋକୁ ରାଜନୈତିକ ଏବଂ ଆର୍ଥିକ ରୁପେ ୱାସିଂଟନର ସମର୍ଥନ ରହିଛି।
କୋସୋଭୋରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ଅପରେସନ ପାଇଁ ଜାରି ରଖିବାକୁ ନାଟୋ ପ୍ରତିଶ୍ରୁତିବଦ୍ଧ ଥିବା ପୂର୍ବରୁ ନାଟୋର ଅଧିକାରୀ କହିସାରିଛନ୍ତି।





