![](https://www.satyapatha.com/wp-content/uploads/2022/03/images-28-3.jpeg)
23 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ। ଋଷ ସେନା ୟୁକ୍ରେନ ଉପରକୁ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ, ଏହାରି ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସରକାର ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଋଷ ସେନ ୟୁକ୍ରେନ୍ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧିନକୁ ନେବାକୁ ଲାଗିଛନ୍ତି ।
ଅନ୍ୟପଟେ ଭାରତୀୟ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ସଚିବ ଅରିନ୍ଦମ ବାଗଚୀ। ଏପର୍ଯ୍ୟନ୍ତ ୨୨ ହଜାର ୫୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେଥିମଧ୍ୟରୁ କେତେକ ଆଇସୋଲେଟ୍ ପ୍ୟାକେଟରେ ରହିଥିବା ବେଳେ କେତେକ ଫେରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ତେବେ ମନ୍ତ୍ରାଳୟ ନିୟମିତ ଫସି ରହିଥିବା ଭାରତୀୟଙ୍କ କଣ୍ଟାକ୍ଟରେ ରହିଛି ବୋଲି ଶ୍ରୀ ବାଗ୍ଚୀ ସୂଚନା ଦେଇଛନ୍ତି।
ଆକଳନ ଅନୁସାରେ, ୧୫-୨୦ ଜଣ ୟୁକ୍ରେନ୍ ଛାଡ଼ିବାକୁ ଚାହୁଁଥିବା ଅନ୍ୟମାନେ ଭାରତ ଫେରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି। ଆମେ ସେମାନଙ୍କୁ ଉଦ୍ଧାର କରିବା ଦିଗରେ ଲାଗିଛୁ। ଏଥିପାଇଁ କଣ ଉପାୟ କରାଯିବ ସେ ନେଇ ଯୋଜନା ଚାଲିଛି ବୋଲି ବାଗଚୀ ସୂଚନା ଦେଇଛନ୍ତି ।