
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମାଷ୍ଟମୀ । ଏହି ତିଥିରେ ପଢୁଆଁ ହେବେ ଶ୍ରୀଜିଉ ।ଏଥିପାଇଁ ଆଜି (ମଙ୍ଗଳବାର) ମହାପ୍ରଭୁଙ୍କ ମାମୁଁ ଘର ମାଧବାନନ୍ଦଜୀଉ ପୀଠ ପକ୍ଷରୁ ବଡଠାକୁରଙ୍କ ପାଇଁ ପୋଢୁଆଁ ଭାର ଆସିଛି । ବଡ ଭାଇ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଆସନ୍ତାକାଲି ପଢୁଆଁ ହେବେ । ଏଥିପାଇଁ ମାଧବାନନ୍ଦଜୀଉଙ୍କ ପକ୍ଷରୁ ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ ସବୁକିଛି ଶୀକ୍ଷେତ୍ରକୁ ଆସିଛି । ପୁରାଣ ଓ ଲୋକକଥା ଅନୁସାରେ ବଡଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜୀଉ । ପ୍ରତିବର୍ଷ ଶ୍ରୀଜୀଉ ମାନଙ୍କୁ ମାଧବାନନ୍ଦଜୀଉ ପକ୍ଷରୁ ପଢୁଆଁ କରାଯାଇଥାଏ ।
ମାର୍ଗଶୀର କୃଷ୍ଣ ପକ୍ଷ ଅଷ୍ଟମୀ ଅର୍ଥାତ୍ ପ୍ରଥମାଷ୍ଟମୀ ଏହି ଦିନରେ ଘରର ଜୈଷ୍ଠ ସନ୍ତାନକୁ ବନ୍ଧା ପନା କରାଯାଇଥାଏ । ଏହି କ୍ରମରେ ପୁରି ଜଗନ୍ନାଥ ଶ୍ରୀଜିଉଙ୍କ ପଢୁଆଁ ନୀତି ହୋଇଥାଏ । କଟକ ଜିଲ୍ଲା ନିଆଳି ଥାନା ଜଗନ୍ନାଥଙ୍କ ମାମୁଁ ଘର ପ୍ରବିତ୍ର ପୀଠ ମାଧବାନନ୍ଦଜୀୟୁ ମନ୍ଦିରରୁ ପ୍ରଥମାଷ୍ଟମୀ ପାଇଁ ପଢୁଆଁ ଭାର ଶ୍ରୀକ୍ଷେତ୍ର ଯାଉଛି । ଝାଞ୍ଜ, କିର୍ତ୍ତନ, ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହୋଇଛି ମାଧବାନନ୍ଦ ଜୀୟୁ ପରିସର । ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି । ବାହୁଙ୍ଗିରେ ଖଣ୍ଡୁଆ, ପାଟ, ତୁଳସୀ, ନଡ଼ିଆ, ବିରି, ଅରୁଆ ଚାଉଳ, କଦଳୀ, ଘିଅ, ଗୁଡ, ପିଠା ବିଭିନ୍ନ ପ୍ରକାରର ଫୁଲ ଏବଂ ଗୋପାଳବଲ୍ଲଭ ପାଇଁ ବିଭିନ୍ନ ପ୍ରକାରର ଫଳମୂଳ ଶ୍ରୀମନ୍ଦିରର ସେବାୟତଙ୍କୁ ପ୍ରଦାନ କରିବାକୁ କାନ୍ଧରେ ବୋହି ନେଇଛନ୍ତି । ଆସନ୍ତାକାଲି ମହାପ୍ରଭୁଙ୍କ ଅବକାଶ ଓ ଧୂପରେ ପଢୁଆଁ ବସ୍ତ୍ର ଲାଗି ହେବ । ଏବଂ ମାଧବାନନ୍ଦଜୀୟୁ ମନ୍ଦିରରୁ ଯାଇଥିବା ପୀଠା ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ ।