ଲଖିମପୁର ହିଂସା ମାମଲା; ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିବା ସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲଖିମପୁର ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ତେବେ ଲଖିମପୁର ମାମଲାରେ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟ ଆଶିଷ ମିଶ୍ରାଙ୍କୁ ଦେଇଥିବା ଜାମିନ ଆଦେଶକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି, ହାଇକୋର୍ଟ ନିଜ ବିଚାର ପରିସର ବାହାରକୁ ଚାଲିଯାଇ ବିଚାର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ପୀଡ଼ିତଙ୍କ ଅଧିକାରକୁ ଅଗ୍ରାହ୍ୟ କରିଛନ୍ତି। ଆଜିର ଆଦେଶନାମାରେ ସୁପ୍ରିମ୍ କୋର୍ଟ କହିଛନ୍ତି, ହାଇକୋର୍ଟ କେତେକ ଅପ୍ରାସଙ୍ଗିକ ବିଷୟ ଏବଂ ମାମଲାକୁ ବିଚାରକୁ ନେଇଛନ୍ତି।

‘ଏଫ୍ଆଇଆର୍’ ଉପରେ ଅଯଥା ପ୍ରାଧାନ୍ୟ ଦେବାର କୌଣସି ନ୍ୟାୟିକ ଆବଶ୍ୟକତା ନ ଥିଲା। ଅନ୍ୟପଟେ ଉତ୍ତର ପ୍ରଦେଶର ଲଖିମ୍ପୁର ଖେରୀରେ ଘଟିଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗତବର୍ଷ ଅକ୍ଟୋବର ୯ ତାରିଖ ଦିନ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୩ ତାରିଖ ଦିନ ଲଖିମ୍ପୁର ଖେରୀରେ କୃଷକମାନଙ୍କ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଘଟିବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts