ପରଜଙ୍ଗରେ ମାଟି ମାଫିଆଙ୍କ ଦୌରତ୍ମ୍ୟ: ଚଢାଉ ବେଳେ ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । କେବଳ ସେତିକି ନୁହେଁ ଜେସିବି ଚଢାଇ ଦେବାକୁ ଉଦ୍ୟମ ହୋଇଛି । ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ସିରିଅୟଲ ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ।

ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇବାବେଳେ ସେଠାରେ ଉପସ୍ଥିତ ଥିବା ମାଫିଆମାନେ ଆକ୍ରମଣ କରିଥିଲେ । ଗୋଡ଼ାଇ ଗୋଡ଼ାଇ ମାଡ ମାରିବା ସହ ଜେସିବି ଚଢାଇ ମାରିଦେବାକୁ ଉଦ୍ୟମ କରିଥିଲେ ମରଣାତ୍ମକ ଆକ୍ରମଣରେ ତହସିଲଦାର ଆହତ ହୋଇଛନ୍ତି । ତାଙ୍କୁ କାମାକ୍ଷାନଗର ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ରାଜସ୍ବ ନିରିକ୍ଷକ (ଆରଆଇ) ଆଲୋକ କୁମାର ଲେଙ୍କା ଖବର ପାଇ ତହସିଲଦାରଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ଏହି ଘଟଣାରେ ୮ରୁ ୧୦ ଜଣ ସାମିଲ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଥିବାବେଳେ ମାଫିଆମାନେ ଛତ୍ରଭଙ୍ଗ ଦେଇଛନ୍ତି l ଗୋଟିଏ ଟ୍ରାକ୍ଟରକୁ ଜବତ କରି ପୁଲିସ ଅଧିକ ତଦନ୍ତ ଚଳାଇଛି।

Related Posts