
ଶରଦ ପାୱାର ଓ କେଜ୍ରିୱାଲଙ୍କ ପରି ନେତା ନିଜ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କୁ ଗିରଫ କରି ଅଭିବ୍ୟକ୍ତିର ସ୍ୱାଧୀନତାକୁ ଶେଷ କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ ଯେଉଁ ପାର୍ଟି ଗତ କିଛି ସମୟ ଧରି ଅଭିବ୍ୟକ୍ତିର ସ୍ଵାଧୀନତାକୁ ନେଇ ଡିଣ୍ଡିମ ପିଟୁଥିଲେ ସେହି ପାର୍ଟିଗୁଡିକ ଆଜି ଅଭିବ୍ୟକ୍ତିର ସ୍ଵାଧୀନତା ପ୍ରତି ବଡ ବିପଦ ସାଜିଛନ୍ତି ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ଅଭିବ୍ୟକ୍ତିର ସ୍ଵାଧୀନତା ପାଇଁ ଆଜି ପ୍ରକୃତ ବିପଦ ଏହାର ସ୍ଵାଧୀନତା ଦାବି କରୁଥିବା ବିରୋଧୀ ପାର୍ଟି। ଏଥିରେ ମହାରାଷ୍ଟ୍ର ବିକାଶ ଅଘାଡିଠୁ ନେଇ ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପର୍ୟ୍ୟନ୍ତ ବିରୋଧୀ ଦଳ ସାମିଲ୍। ଏହି ଦଳଗୁଡିକର ନେତାମାନେ ସମାଲୋଚନା କରୁଥିବା ବ୍ୟକ୍ତି ଏବଂ ସାମାଜିକ ଗଣମାଧ୍ୟମ ପୋଷ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେ ଘୃଣା ପ୍ରଚାର କରୁଥିବା ଏବଂ ଅପମାନଜନକ ଟିପ୍ପଣୀକୁ କେବେ ବି ସମର୍ଥନ କରନ୍ତି ନାହିଁ।
ମାତ୍ର ଶରଦ ପାଓ୍ଵାର ଏବଂ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପରି ନେତା ନିଜ ବିରୋଧରେ ଟିପ୍ପଣୀ କରୁଥିବା ଲୋକଙ୍କୁ ଗିରଫ କରି ଅଭିବ୍ୟକ୍ତିର ସ୍ଵାଧୀନତାକୁ ଶେଷ କରୁଛନ୍ତି। ଯେବେ ଅହଙ୍କାର ନିୟନ୍ତ୍ରଣ ବାହାରକୁ ଚାଲିଯାଏ ସେହି ସମୟରେ ନେତାଙ୍କ ଅସଲ ଚରିତ୍ର ପଦାକୁ ଆସିଥାଏ। ଆଉ ଏହି ନେତାମାନେ ହେଉଛି ଏହାର ସବୁଠୁ ବଡ ଉଦାହରଣ। ନିଜେ ଅଭିବ୍ୟକ୍ତିର ସ୍ଵାଧୀନତା ଦାବି କରୁଥିବା ଲୋକେ ନିଜେ ଏହାର କଣ୍ଠୋରଧ କରୁଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।