ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ବଣ୍ଟାଯିବ ଲିଫଲେଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ବଣ୍ଟାଯିବ ଲିଫଲେଟ୍ । ପରିକ୍ରମା ପ୍ରକଳ୍ପ ବିରୋଧରେ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ । ଏହାସହ ରାଜ୍ୟର ସାଢ଼େ ୪ କୋଟି ଜଗନ୍ନାଥପ୍ରେମୀଙ୍କ ପାଖରେ ପହଞ୍ଚିବ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଏଥିପାଇଁ ହଜାର ହଜାର କାର‌୍ୟ୍ୟକର୍ତ୍ତା ରାଜ୍ୟର ପ୍ରତି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବା ସହ ଲିଫଲେଟ୍ ବାଣ୍ଟିବେ ।

ପରିକ୍ରମା ପ୍ରକଳ୍ପ ନାଁରେ ଯେଉଁ ବେନିୟମ କାର‌୍ୟ୍ୟକ୍ରମ ହେଉଛି, ତା’ର ସତ୍ୟତା ବିଷୟରେ ଲୋକଙ୍କୁ ଜଣାଇବ ଏହି ସଙ୍ଗଠନ । ଏହାସହ ପ୍ରତି ବ୍ଲକ୍ ହେଡ୍ କ୍ୱାର୍ଟରରେ ଗଣଧାରଣା ସହ ଜଗନ୍ନାଥପ୍ରେମୀଙ୍କ ପାଖରେ ପହଞ୍ଚିବ ମଞ୍ଚ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts