ଏଣିକି କଳିଙ୍ଗା ଘାଟିକୁ ଯାଇ ପାରିବେନି ବାହାର ରାଜ୍ୟର ଗାଡ଼ି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କଳିଙ୍ଗା ଘାଟିକୁ ଯାଇ ପାରିବେନି ବାହାର ରାଜ୍ୟର ଗାଡ଼ି । ତେବେ କଳିଙ୍ଗା ଘାଟିରେ ପଶ୍ଚିମବଙ୍ଗର ଏକ ବସ୍ ଓଲଟି ୬ଜଣଙ୍କର ମୃତ୍ୟୁ ଏବଂ ୪୦ଜଣ ଆହତ ହେବା ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କଳିଙ୍ଗା ଘାଟିରେ ବାହାର ରାଜ୍ୟର ଗାଡ଼ିର ଯାତାୟତ ଉପରେ ରୋକ୍ ଲାଗିଛି।

ଏହି ଦୁର୍ଘଟଣା ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଏକ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ମିଳିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ଏହାସହ ଦୁର୍ଘଟଣାର ନିରାକରଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Related Posts