ବାତ୍ୟା ଭଳି ଏବେ ଖୁବ ଶୀଘ୍ର ‘ଲୁ’ର ମଧ୍ୟ ହେବ ନାମକରଣ

ନୂଆଦିଲ୍ଲୀ: ସ୍ଥାନ ଓ ବାତ୍ୟାର ଗତିବିଧିକୁ ନେଇ ବାତ୍ୟାର ନାମକରଣ କରାଯାଉଥିବା ବେଳେ, ଏବେ ‘ଲୁ’ର ମଧ୍ୟ ନାମକରଣର କରାଯିବ | ‘ଲୁ’ର ନାମକରଣ କରିବାର କାରଣ ହେଉଛି ଏହାର ଗୁରୁତ୍ୱକୁ ପ୍ରତିପାଦନ କରିବା। ସାଧାରଣ ଲୋକ ଏବଂ ସରକାରୀ କର୍ମଚାରୀଙ୍କୁ ସଚେତନ କରିବା ସହିତ ଏହାଦ୍ୱାରା ଆବଶ୍ୟକ ସମୟରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏପରି କିଛି ଲଖ୍ୟକୁ ନେଇ ସ୍ପେନର ସେଭିଲ ସହର ପ୍ରଥମ ଥର ପାଇଁ ‘ଲୁ’ର ନାମକରଣ ଆରମ୍ଭ କରିବ।

ଲସ ଆଞ୍ଜେଲସ, ମିଆମି, ମିଲୱାକ, କାନସାସ ସିଟି, ମିସୌରୀ ଏବଂ ଏଥେନ୍ସ ଆଦି ୫ ସହର ଉତ୍ତାପକୁ ଶ୍ରେଣୀଭୁକ୍ତ କରିବା ପାଇଁ ପାଣିପାଗ ତଥ୍ୟ ଏବଂ ଜନସ୍ବାସ୍ଥ୍ୟ ମାନଦଣ୍ଡ ବ୍ୟବହାର କରି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ଏକ ତିନୋଟି ଶ୍ରେଣୀ ପ୍ରଣାଳୀର ବ୍ୟବହାର କରିବେ, ଯାହା ପ୍ରତ୍ୟେକ ସହରର ନିର୍ଦ୍ଦିଷ୍ଟ ଜଳବାୟୁର ସର୍ବୋତ୍ତମ ଅନୁକୂଳ ଆଧାର ଭାବେ ‘ଲୁ’ର ନାମକରଣ କରାଯିବ।

ଦ ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଆର୍ଶଟ-ରକ ର ମୁଖ୍ୟ ଉତ୍ତାପ ବିଜ୍ଞାନ ପରାମର୍ଶଦାତା ଲ୍ୟାରି କାଲକଷ୍ଟାଇନ କହିଛନ୍ତି ଯେ ପ୍ରତ୍ୟେକ ଅଂଶଗ୍ରହଣକାରୀ ସହରର ଏକ ଭିନ୍ନ ସୂତ୍ର ଅଛି ଯାହା ସହରୀ ରଚନା ଉପରେ ଆଧାର କରି କେଉଁ ବର୍ଗଗୁଡିକ ଦେଖାଯିବ ତାହା ସ୍ଥିର କରାଯିବ। ଆର୍ଶଟ-ରକ ଏବଂ ଏହାର ଦୁଇ ବର୍ଷ ପୁରୁଣା ଅତ୍ୟଧିକ ଉତ୍ତାପ ଆଧାରରେ ଏକଷ୍ଟ୍ରିମ୍‌ ହିଟ୍‌ ରିଜିଲିଏଶନ ଆଲାଏନ୍ସ ନ୍ୟାଶନାଲ ଓସିନିକ୍‌ ଆଣ୍ଡ ଆଟମସସ୍ପିୟରିକ୍‌ ଆଡମିନିଷ୍ଟ୍ରେଶନ (ଏନଓଏଏ) ଏବଂ ବିଶ୍ୱ ପାଣିପାଗ ସଂଗଠନ କୁ ‘ଲୁ’ରର ନାମକରଣ ଏବଂ ମାନ୍ୟତା ଦେବା ପାଇଁ କହିଛି |

Related Posts