ପ୍ରାୟ ଏକ ଦଶନ୍ଧି ଧରି ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ ଗିରଫ ହୋଇ ଚିତ୍ରଦୁର୍ଗା ଜେଲରେ ବନ୍ଦୀ ଥିବା ଲିଙ୍ଗାୟତ ଗୁରୁ

ବେଙ୍ଗାଲୁରୁ : ଶିଶୁ ଯୌନ ନିର୍ଯ୍ୟାତନା ମାମଲାରେ ଗିରଫ ଙ୍ଗାୟତ ଧର୍ମଗୁରୁ ଡ. ଶିବମୂର୍ତ୍ତୀ ମୁରୁଗା ଶରଣରୁଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି । ସେ ଗତ ପ୍ରାୟ ଏକ ଦଶନ୍ଧି ଧରି ନାବାଳିକାମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ । ଚିତ୍ରଦୁର୍ଗା ମଠରେ ହିଁ ସେ ନାବାଳିକମାନଙ୍କୁ ନିୟମିତଭାବେ ଯୌନ ନିର୍ଯ୍ୟାତନା ଦେଉଥିବା ପୁଲିସ ଜାଣିବାକୁ ପାଇଛି । ଏ ନେଇ ଆଉ କିଛି ବ୍ୟକ୍ତି ପୁଲିସକୁ ତଥ୍ୟ ପ୍ରଦାନ କରିଛନ୍ତି ।

ଚଳିତ ମାସ ୧ ତାରିଖରେ କତେକ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସେ ଓ ଅନ୍ୟ ୪ ଜଣଙ୍କ ନାଁରେ ୨ ଜଣ ହାଇସ୍କୁଲ ଛାତ୍ରୀଙ୍କୁ ନିର୍ୟ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି । ପୁଲିସ ପକସୋ ଆଇନ ଅଧିନରେ ଏହି ମାମଲାର ତଦନ୍ତ କରୁଛି ।

ପୂର୍ବରୁ ମୁରୁଗା ମଠରେ ଥିବା ସାରାନନ୍ଦ ସ୍ବାମୀ କହିଛନ୍ତି ଯେ ଶିବମୂର୍ତ୍ତୀଙ୍କର ଆହୁରି ଅନେକ ଦୁଷ୍କର୍ମ ପୀଡିତା ଅଛନ୍ତି । ଏପରିକି କେତେକ ପୀଡ଼ିତା ଗର୍ଭପାତ କରାଇଛନ୍ତି ।

ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲିଙ୍ଗାୟତ ଦୀକ୍ଷା ଦେଇ ଡ. ଶିବମୂର୍ତ୍ତୀ ଚର୍ଚ୍ଚାକୁ ଆସିଥିଲେ । ଲିଙ୍ଗାୟତ ସଂପ୍ରଦାୟ କର୍ଣ୍ଣାଟକରେ ଏକ ପ୍ରଭାବଶା​ଳୀ ସଂପ୍ରଦାୟ ଭାବେ ଜଣାଶୁଣା । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟୁଦ୍ୟୁରାପ୍ପା ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ସଂପ୍ରଦାୟରୁ ଆସନ୍ତି ।

Related Posts