ଶୁକ୍ରବାରଠାରୁ ରାଜଧାନୀରେ ତିନି ଦିନ ମଦ ବିକ୍ରି ବନ୍ଦ

ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରେ ଅନୁଷ୍ଠିତ ହେବ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ। ଏନେଇ ଶୁକ୍ରବାର ଠାରୁ ଜାତୀୟ ରାଜଧାନୀରେ ତିନି ଦିନ ପର୍ଯ୍ୟନ୍ତ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଚାର ଶେଷ ହେବା ଦିନଠାରୁ ଭୋଟ ଶେଷ ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହାସହ ରାଜ୍ୟ ନିର୍ବାଚନ ଆୟୋଗ ୨ ଡିସେମ୍ବର ୫.୩୦ରୁ ୪ ଡିସେମ୍ବର ୫.୩୦ଟା ପର୍ଯ୍ୟନ୍ତ ଏବଂ ୭ ତାରିଖ ଭୋଟ ଗଣତି ଦିନକୁ ଡ୍ରାଏ ଡେ’ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ମଦ ଦୋକାନ, ବାର୍‌ ବନ୍ଦ ରହିବ।

ମଦ ସଂରକ୍ଷଣ କିମ୍ବା ଅନଧିକୃତ ମଦ ପରିବହନ ନ ହେବା ପାଇଁ ଏକ୍ସାଇଜ ବିଭାଗ ଏବଂ ଦିଲ୍ଲୀ ପୋଲିସ ସହରରେ ପାଟ୍ରୋଲିଂ କରିବେ ବୋଲି ସୂଚନା ମିଳିଛି।

Related Posts