ଏସିଆର ପ୍ରଦୂଷିତ ସହର ତାଲିକା ପ୍ରକାଶ: ରହିଛି ଭାରତର ୮ଟି ସହର

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏବେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି । ପ୍ରଦୂଷିତ ହେବାରେ ଲାଗିଛି ବାୟୁ । ଶୀତ ଦିନ ଆସିଲେ ପ୍ରଦୂଷଣର ମାତ୍ରା ଆହୁରି ବଢ଼ିଯାଏ ।

ଏହାର ମୁଖ୍ୟ କାରଣ, ପାର୍ବଣ ଋତୁ କାରଣରୁ ଧୂଳି, ଧୂଆଁ ଉଡିବା ଏବଂ ଶୀତଦିନ କାରଣରୁ ଅଧିକ ନଡା ଜାଳିବା । ତେଣୁ ଶୀତ ଋତୁ ଆସି ପଦାର୍ପଣ କରିସାରି ଥିବାରୁ ବିଶ୍ବ ବାୟୁମାନ ସୂଚକାଙ୍କ ଏସିଆର ପ୍ରଦୂଷିତ ସହରଗୁଡିକର ତାଲିକା ପ୍ରକାଶ କରିଛି, ଯେଉଁଥିରେ ଅଧିକ ରହିଛ ଭାରତୀୟ ସହର ।

ଏଥିରେ ଏସିଆ ମହାଦେଶର 10ଟି ସହରର ନାମ ପ୍ରକାଶ ପାଇ ଥିବାବେଳେ କେବଳ ଭାରତରୁ 8ଟି ସହରର ନାମ ରହିଛି । ସବୁଠାରୁ ବଡ କଥା ହେଉଛି କି ପ୍ରଦୃଷଣ ମାତ୍ରାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଜାତୀୟ ରାଜଧାନୀ ଦିଲ୍ଲୀର ନାମ ତାଲିକାରେ ନାହିଁ । ସେହିପରି ବାୟୁମାନ ସର୍ବୋତ୍ତମ ଦୃଷ୍ଟିରୁ ପ୍ରକାଶ ପାଇଥିବା 10ଟି ସହର ମଧ୍ୟରେ ଭାରତର କେବଳ ଗୋଟିଏ ସହର କେବଳ ଗୋଟିଏ ସହର(ଆନ୍ଧ୍ରପ୍ରଦେଶର ରାଜାମହେନ୍ଦ୍ରବରମ) ରହିଛି ।

ରବିବାର ସକାଳେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ସହିତ ଗୁରୁଗ୍ରାମ ଏହାକୁ ତାଲିକାର ଶୀର୍ଷରେ ସ୍ଥାନିତ କରିଥିଲେ, ଯାହା ପରେ ରେୱାରୀ ନିକଟ ଧାରୁହେରା ଟାଉନ୍ 543 ର AQI ଏବଂ ବିହାରର ମୁଜାଫରପୁର 316 ର AQI ସହିତ ରହିଥିଲା । ତେବେ ତାଲିକାରେ ଥିବା ଅନ୍ୟ ପ୍ରଦୃଷିତ ସହରଗୁଡିକ ହେଉଛି, ଲକ୍ଷ୍ନୌ(AQI 298), ଡିଆରସିସି ଆନନ୍ଦପୁର, ବେଗୁସରାଇ(269), ଖଡକପଦା, କଲ୍ୟାଣ(256), ଦର୍ଶନ ନଗର, ଛାପ୍ରା(239) ।

ସୂଚନା ଅନୁଯାୟୀ, ବାୟୁମାନ ସୂଚକାଙ୍କ ବା AQI 0-50 ଭିତରେ ରହିଲେ ଉତ୍ତମ, 51-100 ଭିତରେ ରହିଲେ ମଧ୍ୟମ, 101-150 ଭିତରେ ରହିଲେ ସମ୍ବେଦନଶୀଳ ଗ୍ରୁପ ବ୍ୟକ୍ତିଙ୍କ ପାଇଁ ଅସ୍ବାସ୍ଥ୍ୟକର, 151-200 ଅସ୍ବାସ୍ଥ୍ୟକର, 2010300 ଅତି-ଅସ୍ବାସ୍ଥ୍ୟକର ଏବଂ 300 ରୁ ଊର୍ଦ୍ଧ୍ବ ରହିବେ ବିପଜ୍ଜନକ ବା ମାରାତ୍ମକ ବୋଲି ବିବେଚନା କରାଯାଏ । 2007ରେ ଆରମ୍ଭ ହୋଇଥିବା ବିଶ୍ୱ ବାୟୁ ଗୁଣବତ୍ତା ସୂଚକାଙ୍କ ହେଉଛି ନାଗରିକଙ୍କ ପାଇଁ ବାୟୁ ପ୍ରଦୂଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଏକୀକୃତ ତଥା ବିଶ୍ୱବ୍ୟାପୀ ବାୟୁ ଗୁଣବତ୍ତା ସୂଚନାରେ ସାହାଯ୍ୟ କରିବା ପାଇଁ ଏକ ଉଦ୍ୟମ ।l

Related Posts