ଲୋକସଭା ନିର୍ବାଚନ: ତାମିଲନାଡୁରେ ଛିଡିଲା ବିଜେପି-ପିଏମକେ ଆସନ ଅଙ୍କ

 ଭୁବନେଶ୍ୱର,୧୯/୩(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ସରିଛି ଆସନ ବୁଝାମଣା । ବିଜେପି ଓ ସହଯୋଗୀ ପିଏମକେ (ପଟ୍ଟାଳି ମକ୍କଳ କାଚୀ) ମଧ୍ୟରେ ସରିଛି ଆସନ ବୁଝାମଣା। ସୁଚନାଅନୁଜାଇ ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ମିଳିବ ୧୦ଟି ଆସନ। 

ଆଜି ବିଜେପି ଏବଂ ପିଏମକେ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ଅନ୍ନାମଲାଇ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଉପସ୍ଥିତ ଥିବାବେଳେ ପିଏମକେ ପକ୍ଷରୁ ଦଳର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଏସ ରାମାଦୋସ ଯୋଗ ଦେଇଥିଲେ।

ଏହି ଆଲୋଚନା ସମୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଦୁଇ ଦଳ ପକ୍ଷରୁ ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୋଟ୍ ୩୯ ଲୋକସଭା ଆସନରୁ ପିଏମକେକୁ ୧୦ ଆସନ ଦିଆଯାଇଥିବା କଥା ଅନ୍ନାମଲାଇ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଆଞ୍ଚଳିକ ଦଳ ପିଏମକେ ୧୦ ବର୍ଷ ହେବ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଏହି ଦଳ ଏନଡିଏ ସହ ମିଳିତ ଭାବେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନ ଲଢିଥିଲା।

Related Posts