ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ; କହିଲେ, ‘ମୋ ପ୍ରତି ହୋଇଛି ଅନ୍ୟାୟ’

 ଭୁବନେଶ୍ୱର,୧୯/୩(ସତ୍ୟପାଠ ବ୍ୟୁରୋ): ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ପଶୁପତି ପାରସ । ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା ପଶୁପତି ପାରସ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପଶୁପତି ପାରସ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହାସହ କହିଛନ୍ତି, ମୋ ପ୍ରତି ଏବଂ ମୋ ଦଳ ପ୍ରତି ଅନ୍ୟାୟ କରାଯାଇଛି।

ବିହାରରେ ଆସନ ବୁଝାମଣାରେ ବିଜେପି ୧୭ଟି ଲୋକସଭା ଆସନ, ଜେଡିୟୁ ୧୬ଟି, ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଦଳ ୫ଟି, ଉପେନ୍ଦ୍ର କୁଶୱା ଏବଂ ଜୀତନରାମ ମାଂଝିଙ୍କ ଦଳକୁ ଗୋଟିଏ ଲେଖାଏଁ ଆସନ ମିଳିଥିଲା । ହେଲେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ମିଳିନଥିଲା, ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ପଶୁପତି ।

ପଶୁପତି କହିଛନ୍ତି, ସେ ମୋଦୀଙ୍କୁ ସମ୍ନାନ କରନ୍ତି । ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଏନଡିଏକୁ ଝଟକା ଦେଇଛନ୍ତି ପଶୁପତି ।

Related Posts