ଲୁଟେରା ପାକିସ୍ତାନ ! ଭାରତ ଆଫଗାନିସ୍ତାନକୁ ପଠାଉଥିବା ଗହମକୁ ପାକିସ୍ତାନ ଲୁଟ କରୁଥିବା ଅଭିଯୋଗ

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ କୁ ସାହାଯ୍ୟର ହାତ ବଢିଆ ଆସୁଛି ଭାରତ | ଅନେକ ସମୟରେ ଭାରତ ଚାଉଳ ଠାରୁ ଆରମ୍ଭ କରି ଗହମ ପଠେଇ ଆସୁଥିବା ବେଳେ, କିନ୍ତୁ ବାଟମାରଣା ହେଉଛି ଭାରତର ଏହି ସାହାଯ୍ୟ | ଯାହାକୁ ବାଟମାରଣା କରିନେଉଛି ପାକିସ୍ତାନ । ଆଫଗାନିସ୍ତାନକୁ ପଠାଯାଉଥିବା ସାହାଯ୍ୟକୁ ଲୁଟୁଛି ପାକିସ୍ତାନ । ଆଫଗାନିସ୍ତାନରେ ପହଁଚିବା ପରେ ଗହମ ଭର୍ତ୍ତି ଟ୍ରକ୍ ପୁଣି ପାକିସ୍ତାନରେ ପହଁଚୁଛି । ଏକ ରିପୋର୍ଟରେ ଏନେଇ ସୂଚନା ମିଳିଛି ।

ଖାମା ପ୍ରେସ୍ ରିପୋର୍ଟ ଅନୁସାରେ, ମେ ୩୧ରେ ତାଲିବାନର ସୁରକ୍ଷା ଅଧିକାରୀ ହେଲମଣ୍ଡ ପ୍ରାନ୍ତରେ ବେଆଇନ ଭାବେ ପାକିସ୍ତାନ ଯାଉଥିବା ୫୦ ଗହମ ଭର୍ତ୍ତି ଟ୍ରକକୁ ଅଟକାଇଥିଲା । ଏସବୁକୁ ପାକିସ୍ତାନ ଚାଲାଣ କରାଯାଉଥିଲା । ହେରାତ ଓ କାନ୍ଦାହାର ରାସ୍ତାରେ ମଧ୍ୟ ଆଉ କିଛି ଟ୍ରକ୍ ଜବତ ହୋଇଥିଲା ।

ଭାରତ ଗତ ସପ୍ତାହରେ ଆଫଗାନିସ୍ତାନକୁ ପଠାଇଥିବା ସାହାଯ୍ୟ ଓ ସହଯୋଗର ଯାଞ୍ଚ ପାଇଁ ଏକ ଟିମକୁ କାବୁଲ ପଠାଇଥିଲା । ସେମାନେ ତାଲିବାନର ଅଧିକାରୀଙ୍କ ସହ ଦିଲ୍ଲୀରୁ ପଠାଯାଇଥିବା ସାହାଯ୍ୟ ବାବଦରେ ଆଲୋଚନା କରିଥିଲେ । ତାଲିବାନ ସରକାର ଗଠନ ପରେ ଏହା ଭାରତୀୟ ଅଧିକାରୀଙ୍କ ପ୍ରଥମ ଗସ୍ତ ଥିଲା । ଆଫଗାନିସ୍ତାନର ସମସ୍ତ ବର୍ଗ ଭାରତର ସହଯୋଗକୁ ସ୍ୱାଗତ କରିଥିଲେ । କୁହାଯାଉଛି ଯେ, ଭାରତ ମଧ୍ୟ ପାକିସ୍ତାନ ସାହାଯ୍ୟ ସହଯୋଗ ଲୁଟ୍ କରୁଥିବା ନେଇ ସୂଚନା ପାଇଥିଲା । ତେଣୁ ଏହି ଟିମ୍ ତାଲିବାନ ଅଧିକାରୀଙ୍କ ସହ କଥା ହେବାକୁ କାବୁଲ ଯାଇଥିଲେ ।

ଇରାନ ଦେଇ ଆଫଗାନିସ୍ତାନରେ ପହଁଚିବ ସହାୟତା

ଭାରତ ଏବେ ପାକିସ୍ତାନ ବଦଳରେ ଇରାନର ଚାବହାର ବନ୍ଦ ଦେଇ ସହାୟତା ପଠାଇବା ନେଇ ତାଲିବାନଠୁ ସହମତି ମାଗିଛି । ଅନ୍ୟ ସହାୟତା ମୁମ୍ବାଇ, କାଣ୍ଡଲା ଆଦି ବନ୍ଦର ଦେଇ ପଠାଯିବ । ପରେ ଏହାକୁ ହେରାତ ରାସ୍ତାରେ ସ୍ଥଳପଥରେ କାବୁଲ ପଠାଯିବ । ଫଳରେ ସମୟ ବଞ୍ଚିବା ସହ ଲୁଟ ମଧ୍ୟ ବନ୍ଦ ହେବ ବୋଲି କୁହାଯାଉଛି ।

Related Posts