ରାଜ୍ୟରେ ଖସୁଛି କରୋନା ସଂକ୍ରମଣ ର ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୮କରୋନା ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୮୫୨୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷ କମ ବୟସର ରହିଛନ୍ତି ୨୯ ଜଣ ।

ତେବେ ଅନୁଗୁଳରୁ ୪, ବାଲେଶ୍ୱରରୁ ୧୪, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୨୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୬, ଝାରସୁଗୁଡାରୁ ୧୬, କଳାହାଣ୍ଡିରୁ ୧, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୮, କୋରାପୁଟରୁ ୩, ମୟୂରଭଞ୍ଜରୁ ୬, ନବରଙ୍ଗପୁରରୁ ୧, ନୂଆପଡାରୁ ୮, ପୁରୀରୁ ୧, ରାୟଗଡାରୁ ୨, ସମ୍ବଲପୁରରୁ ୩୧, ସୁନ୍ଦରଗଡରୁ ୧୪ ଓ ଷ୍ଟେଟ ପୁଲରୁ ୨ ଜଣ ରହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୫୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୩୪୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୩୭୩୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୩୦୮୨୬୦ସାମ୍ପୁଲ ଟେଷ୍ଟ୍ ହୋଇଛି ।