ଲୁଲୁ ମଲ୍ ମାଲିକଙ୍କର ଆରଏସଏସ ସହ ସମ୍ପର୍କ ଅଛି : ଆଜମ ଖାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ କହିଛନ୍ତି ଯେ ଲୁଲୁ ମଲ୍ ମାଲିକଙ୍କର ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସହ ସମ୍ପର୍କ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଲ୍ ର ମାଲିକଙ୍କର ନିର୍ଦ୍ଦେଶ ରେ ମଲ୍ ରେ ନମାଜ ପାଠ କରାଯାଇଥିଲା। ମୋରଦାବାଦରେ କୋର୍ଟର ଏକ ଶୁଣାଣି ପାଇଁ ଆସି ଗଣମାଧ୍ୟମକୁ ଆଜମ ଏହି ମନ୍ତବ୍ୟ ଦେଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୁଲୁ ମଲ୍ ର ମାଲିକ ହେଉଛନ୍ତି ଆରଏସଏସର ଜଣେ ପାଣ୍ଠି ସଂଗ୍ରହ କାରି ଓ ସେ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଠି କରିବାକୁ ଚାହୁଁଛନ୍ତି ।

ତେବେ ସୂଚନା ଅନୁସାରେ ଚଳିତ ମାସ ଆରମ୍ଭରେ ଲକ୍ଷ୍ନୌର ଏହି ମଲରେ କିଛି ଲୋକ ଅନଧିକୃତ ଭାବରେ ନମାଜ ପାଠ କରିଥିଲେ ଏହା ପରେ ବିବାଦ ସୃଷ୍ଠି ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ଏହି ମାମଲାରେ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଲୁଲୁ ମଲକୁ ଲକ୍ଷ୍ନୌ ଠାରେ ଗତ ଜୁଲାଇ ୧୦ ତାରିଖରେ ଉଦଘାଟନ କରିଥିଲେ । ଏହି ମଲ ଆବୁଧାବି ସ୍ଥିତ ଲୁଲୁ ଗ୍ରୁପ୍ ଦ୍ଵାରା ପ୍ରତିଷ୍ଠା ହୋଇଛି। ଲୁଲୁ ଗ୍ରୁପର ଏହାକୁ ମିଶାଇ ଭାରତରେ ଆଉ ୫ଟି ମଲ ମଧ୍ୟ ରହିଛି।

Related Posts