ପପ୍‌ ଗାୟକ ଶକିରାଙ୍କୁ ହୋଇପାରେ ୮ ବର୍ଷ ଜେଲ୍‌ !

ମୁମ୍ବାଇ : ଜେଲ୍ ଯିବେ ‘ୱାକା ୱାକା’ ଗର୍ଲ ତଥା ପପ୍ ଗାୟକ ଶକିରା । ତାଙ୍କ ବିରୋଧରେ ଟ୍ୟାକ୍ସ ଚୋରି ଅଭିଯୋଗ ଆସିଥିବା ବେଳେ, ତାଙ୍କ ଜେଲ୍ ଯିବା ନେଇ ସ୍ପେନରେ ଓକିଲମାନେ ଦାବି କରିଛନ୍ତି । କହିଛନ୍ତି କି କଲମ୍ବିଆର ପପ୍ ଗାୟିକା ଶକିରାଙ୍କୁ ୧୪.୫ ନିୟୁତ ୟୁରୋ ତଥା ପ୍ରାୟ ୧୧୭ କୋଟି ଟ୍ୟାକ୍ସ ଚୋରି ମାମଲାରେ ଅଭିଯୋଗ ହୋଇଛି। ଓକିଲମାନେ ମଧ୍ୟ ଶକିରାଙ୍କୁ ୨୪ ମିଲିୟନ ୟୁରୋ ଜରିମାନା ଦେବାକୁ ଦାବି କରିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ପାନାମା ପେପର ଲିକରେ ଶକିରାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ପାନାମା ପେପର୍ସ ସମଗ୍ର ବିଶ୍ୱରେ ଲୋକଙ୍କର ଖୁଲାସା କରିଥିଲା, ଯେଉଁମାନେ ଲ’ କମ୍ପାନୀ ‘ମୋସାକ୍ ଫୋନ୍ସେକା’ ସାହାଯ୍ୟରେ ଟ୍ୟାକ୍ସ ହେବନ୍‌ ଭାବରେ ପରିଚିତ ଦେଶରେ ସେମାନଙ୍କର ସମ୍ପତ୍ତି ନିର୍ମାଣ କରିଥିଲେ। ଶକିରାଙ୍କ ଉପରେ ଟିକସ ଫାଙ୍କିବା ମାମଲା ପ୍ରଥମେ ୨୦୧୮ରେ ସାମ୍ନାକୁ ଆସିଥିଲା। ୨୦୧୨ ରୁ ୨୦୧୪ ମଧ୍ୟରେ କମାଇଥିବା ଟ୍ୟାକ୍ସକୁ ନେଇ ସ୍ପେନ ଟ୍ୟାକ୍ସ ଅଫିସ୍‌କୁ ଠକିଥିବାର ଅଭିଯୋଗ ହୋଇଛି। ଶକିରାଙ୍କୁ ସ୍ପେନର ଜଣେ ଓକିଲଙ୍କ ଦ୍ଵାରା ଏକ ସମାଧାନ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଅଭିଯୋଗର ସମାଧାନ ପାଇଁ ଶକିରା ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଅନୁସନ୍ଧାନ କରିବାକୁ ପସନ୍ଦ କରିଥିଲେ। ଏକ ବିବୃତ୍ତି ଅନୁଯାୟୀ କୁହାଯାଇଛି କି ଶାକିରା ନିଜକୁ ନିର୍ଦ୍ଦୋଷ ବୋଲି ବିଶ୍ୱାସ କରନ୍ତି ଏବଂ କାନୁନ୍‌ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତି।

କୋର୍ଟ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି। ଏହି ଅଭିଯୋଗରେ ଶକିରାଙ୍କ ବିରୋଧରେ ୬ଟି ଅଭିଯୋଗ ଉଲ୍ଲେଖ କରାଯାଇଛି।

Related Posts