ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ; କୁକୁର କାମୁଡ଼ାରେ ୩ ବର୍ଷର ଶିଶୁ ମୃତ, ୧୨ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଗଳ କୁକୁର କାମୁଡାରେ ୩ ବର୍ଷର ଶିଶୁ ମୃତ୍ୟୁବରଣ କରିଛି। ତେବେ ଘର ବାହାରେ ଖେଳୁଥିବା ବେଳେ ଛୋଟ ଝିଅଟିକୁ ଝୁଣି ମାରିଦେଲା କୁକୁର । ଏହାଛଡା କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟାଗାଁରୁ ସାମ୍ନାକୁ ଆସିଛି ଏଭଳି ଘଟଣା।

ସୂଚନା ଅନୁସାରେ, ଏବେ ବଲାଙ୍ଗିର ପାଟଣାଗଡର ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ ଦେଖାଯାଇଛି । ଏହି କୁକୁରର ଆକ୍ରମଣରେ ଆଜି ଏକ ୩ ବର୍ଷର ଝିଅ ମୃତ୍ୟୁବରଣ କରିଛି ।ଯାହାକୁ ନେଇ ଭୟ ଆହୁରି ବଢିଯାଇଛି । କେବଳ ସେତିକି ନୁହେଁ, ଘର ବାହାରେ ଖେଳୁଥିବା ସମୟରେ କୁକୁରର ଶିକାର ହୋଇଥିଲା ଏହି କୁନି ବାଳିକା । ପିଲାଟିକୁ ଝୁଣି ଝୁଣି ମାରି ଦେଇଥିବା ନେଇ ଜାଣିବାକୁ ମିଳିଛି । ଏହା ବ୍ୟତୀତ କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଯାହାକୁ ନେଇ ଏବେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Related Posts