ପୀଞ୍ଜରାରେ ବନ୍ଦ ହୋଇଥିବା ସିବିଆଇକୁ ମୁକ୍ତ କରାଯାଉ: ମାଡ୍ରାସ ହାଇକୋର୍ଟ

madras high court

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସିବିଆଇ ବିଷୟରେ ମାଡ୍ରାସ ହାଇକୋର୍ଟ ବଡ ବୟାନ ଦେଇଛନ୍ତି । ତେବେ ସଂସଦକୁ ରିପୋର୍ଟ କରୁଥିବା ଏକମାତ୍ର ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ହେବା ଉଚିତ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି । ବାସ୍ତବରେ ବିରୋଧୀ ଦଳ ମଧ୍ୟ ଅଭିଯୋଗ କରିଛନ୍ତି ଯେ ସିବିଆଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏକ ରାଜନୈତିକ ଉପକରଣ ସାଜିଛି । ଏନେଇ କୋର୍ଟ କହିଛନ୍ତି ଯେ ସିବିଆଇ CAG ପରି ହେବା ଉଚିତ । ଯାହା କେବଳ ସଂସଦ ପାଇଁ ଉତ୍ତରଦାୟୀ ଅଟେ। ବର୍ତ୍ତମାନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ବିଷୟରେ ୧୨-ପଏଣ୍ଟ ଦିଗରେ କୋର୍ଟ କହିଛନ୍ତି ଯେ ଏହି ଆଦେଶ ପୀଞ୍ଜରାରେ ବନ୍ଦ ହୋଇଥିବା ସିବିଆଇକୁ ମୁକ୍ତ କରିବା ପାଇଁ ପ୍ରୟାସ ଅଟେ । ଅପରିପକ୍ଷେ ୨୦୧୩ ମସିହାରେ କୋଇଲା କ୍ଷେତ୍ର ଆବଣ୍ଟନ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସିବିଆଇ ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ ସିବିଆଇ ହେଉଛି ପୀଞ୍ଜରାରେ ବନ୍ଦ ହୋଇଥିବା ପାରି ଭଳି ।

ସେତେବେଳେ ବିରୋଧୀ ଦଳ ବିଜେପି ଏହାକୁ ଶାସକ ଦଳ କଂଗ୍ରେସ ସରକାର ନିୟନ୍ତ୍ରଣ କରୁଥିବାର ଅଭିଯୋଗ କରିଥିଲା । ଅନ୍ୟପଟେ ଗତ କିଛି ବର୍ଷ ମଧ୍ୟରେ ସିବିଆଇ ବହୁ ବିରୋଧୀ ଦଳର ନେତାଙ୍କ ବିରୋଧରେ ମାମଲା ପଞ୍ଜୀକରଣ କରି ତଦନ୍ତକୁ ଆଗେଇ ନେଇଛି । ଯାହା ଉପରେ ଭାରତୀୟ ଜନତା ପାର୍ଟିର ନିୟନ୍ତ୍ରଣ ମଧ୍ୟ ରହିଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବଡ ବୟାନ ଦେଇଥିଲେ । ସେ କହିଥିଲେ ସିବିଆଇ ହେଉଛି ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଚାଲୁଥିବା ଷଡଯନ୍ତ୍ର ବ୍ୟୁରୋ ଅଫ ଇନଭେଷ୍ଟିଗେସନ ।

ତେବେ କୋର୍ଟ କହିଛନ୍ତି ଏଜେନ୍ସିର ସ୍ୱାଧୀନତା ସେତେବେଳେ ସୁନିଶ୍ଚିତ ହେବ ଯେତେବେଳେ ସିବିଆଇକୁ ଆଇନଗତ ମାନ୍ୟତା ଦିଆଯିବ । ଏନେଇ ଭାରତ ସରକାର ସିବିଆଇକୁ ଅଧିକ କ୍ଷମତା ଏବଂ ଅଧିକ ଅଧିକାର ଦେବା ପାଇଁ ଏକ ପୃଥକ ଆଇନ ପ୍ରଣୟନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା କେନ୍ଦ୍ର ସରକାରଙ୍କ ପ୍ରଶାସନିକ ନିୟନ୍ତ୍ରଣ ବିନା ସିବିଆଇ ସ୍ୱାଧୀନତା ଭାବରେ କାର୍ଯ୍ୟ କରିପାରିବ ।

Related Posts