ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଦିଲ୍ଲୀ କୋର୍ଟରେ ନିର୍ଦ୍ଦୋଷରେ ଖଲାସ ହେଲେ ଶଶି ଥରୁର

sashi taroor

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ମିଳିଲା ବଡ ଆଶ୍ୱସ୍ତି । ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ମାମଲାରେ ଶଶି ଥରୁରଙ୍କୁ ଆଜି ଦିଲ୍ଲୀ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛି । ତେବେ ୨୦୧୪ ମସିହା ଜାନୁଆରୀ ୧୭ ତାରିଖରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସୁନନ୍ଦା ପୁଷ୍କର ରହସ୍ୟମୟ ଭାବରେ ମୃତ୍ୟୁବରଣ କରିଥିଲେ । ଅପରିପକ୍ଷେ ମୃତ୍ୟୁର କିଛି ଦିନ ପୂର୍ବରୁ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ଅଭିଯୋଗ କରିଥିଲେ ଯେ ଥରୁର ଜଣେ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସମ୍ପର୍କ ରଖିଛନ୍ତି । ଏହା ପରେ ଦିଲ୍ଲୀ ପୁଲିସ ଶଶି ଥରରୁଙ୍କୁ ଅଭିଯୁକ୍ତ କରି ଆଇପିସିର ଧାରା ୩୦୭, ୪୯୮ଇ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । କିନ୍ତୁ ସାତ ବର୍ଷ ପରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଥରୁରଙ୍କୁ ସମସ୍ତ ଦୋଷରୁ ମୁକ୍ତ କରିଥିଲା।

ଦୋଷ ମୁକ୍ତ ହେବା ପରେ ଶଶି ଥରୁର କହିଥିଲେ ଯେ ଦୀର୍ଘ ସାତ ବର୍ଷରେ ମୋତେ ପ୍ରତ୍ୟେକ ଦିନ ନିର୍ଯ୍ୟାତନା ସହିବାକୁ ପଡିଥିଲା । ଅନ୍ୟପଟେ ପ୍ରାରମ୍ଭିକ ଅନୁସନ୍ଧାନରେ କୁହାଯାଇଥିଲା ଯେ ଔଷଧର ମାତ୍ରା ଅଧିକ ହେତୁ ସୁନନ୍ଦାଙ୍କର ମୃତ୍ୟୁ ଘଟିଥିଲା । କିନ୍ତୁ ଏହି ହାଇ ପ୍ରୋଫାଇଲ୍ ମାମଲାରେ, ଜାନୁଆରୀ ୧୯, ୨୦୧୪ ରେ ସୁନନ୍ଦା ପୁଷ୍କରଙ୍କ ପୋଷ୍ଟମର୍ଟମ AIIMS ରେ କରାଯାଇଥିଲା। ସେଠାକାର ଡାକ୍ତରମାନେ କହିଥିଲେ ଯେ ସୁନନ୍ଦାଙ୍କ ଶରୀରରେ ୧୨ ରୁ ଅଧିକ ମାର୍କ ଅଛି। ସେଥିମଧ୍ୟରୁ ଗୋଟିଏ ତାଙ୍କ ଗାଲରେ ଥିଲା, ଯାହା ସୂଚିତ କରେ ଯେ ତାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ।

ଏହା ସହ ତାଙ୍କ ବାମ ହାତରେ ମଣିଷ ଦ୍ୱାରା କାମୁଡିଥିବାର ଚିହ୍ନ ରହିଥିଲା । ତାଙ୍କ ଶରୀରରୁ ଏପରି କୌଣସି ଜିନିଷ ମିଳି ନଥିଲା । ଯେଉଁଥିରୁ କୁହାଯାଇପାରେ ଯେ ସୁନନ୍ଦା ଅଧିକ ଔଷଧ ସେବନ କରି ମୃତ୍ୟୁବରଣ କରିଥିଲେ । ପୋଷ୍ଟମୋର୍ଟମ କଲା ପରେ ତାଙ୍କ ଶରୀରରୁ ‘ଆଲପ୍ରାଜୋଲାମ’ ମିଳିଥିଲା। ଏନେଇ ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ମୃତ୍ୟୁ ହଠାତ ଏବଂ ଅସ୍ୱାଭାବିକ ଭାବରେ ହୋଇଥିଲା ।

Related Posts