ହନୁମାନ ଚାଳିସାକୁ ନେଇ ମହାଭାରତ; ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ବାନ୍ଦ୍ରା କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରରେ ହନୁମାନ ଚାଳିସାକୁ ନେଇ ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ଅମ୍ରାବତୀ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ବାନ୍ଦ୍ରା କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ସେପଟେ ଜାମିନ ଶୁଣାଣି ଏପ୍ରିଲ ୨୯ ରେ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଶନିବାର ଦିନ ମୁମ୍ବାଇର ଖର ଅଞ୍ଚଳର ଅମ୍ରାବତୀର ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ମାତୋଶ୍ରୀ ବାହାରେ ହନୁମାନ ଚଲିସା ପାଠ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ରିମାଣ୍ଡ ପ୍ରକ୍ରିୟା ସମୟରେ ଆଡଭୋକେଟ୍ ରିଜୱାନ୍ ମର୍ଚାଣ୍ଟ ନବନୀତ୍ ରାଣା ଏବଂ ରବି ରାଣାଙ୍କ ପାଇଁ ହାଜର ହୋଇଥିଲେ।

ଧର୍ମ ଆଧାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ପାଇଁ ପୋଲିସ ସାଂସଦ ନବନୀତ୍ ରାଣା ଏବଂ ରବି ରାଣାଙ୍କୁ ଧାରା ୧୫୩ଇ ଅନୁଯାୟୀ ଗିରଫ କରିଥିଲା। ସେପଟେ ମୁମ୍ବାଇ ପୋଲିସର ସୂଚନାନୁସାରେ, ଧାରା ୧୫୩ (ଇ), ୩୪, ଓଚଉ ଜ / ଡ ୩୭ (୧) ୧୩୫ ବମ୍ବେ ପୋଲିସ ଅଧିନିୟମ ଅନୁଯାୟୀ ଖାର ପୋଲିସ ଷ୍ଟେସନରେ ବିଧାୟକ ରବି ରାଣା ଏବଂ ସାଂସଦ ନବନୀତ ରାଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଉଭୟଙ୍କୁ ଖାରସ୍ଥିତ ଘରୁ ଅଟକ ରଖାଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts