ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାହାଙ୍ଗା ଗଣହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମିବାରେ ନାଁ ନେଉନି । କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ୫ ଜଣଙ୍କୁ ହତ୍ୟା ମାମଲାର ରହସ୍ୟ ଦିନକୁ ଦିନ ଫିଟିବାରେ ଲାଗିଛି । ଏହା ମଧ୍ୟରେ କିଛି ପ୍ରମାଣ ପାଇବା ପାଇବା ଆଶାରେ ଆଜି ଅଭିଯୁକ୍ତ ଶିବ ସାହୁକୁ ପୁଲିସ ହତ୍ୟାକାଣ୍ଡ ସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି। ପୁଲିସ ଆଗରେ ତାର ଡେମୋ ଦେଖାଇଛି ଶିବ। ସେପଟେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେନେଇ ଶିବକୁ ପଚରାଉଚରା କରିଛି ପୁଲିସ। କଡ଼ା ସୁରକ୍ଷା ମଧ୍ୟରେ ଏହି କ୍ରାଇମ ସିନ୍ ରିକ୍ରିଏଟ କରାଯାଇଥିଲା।
ଏସିପି, ଏସ୍ଡିପିଓ ଓ ମାହାଙ୍ଗା ଥାନା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। କ୍ରାଇମ୍ ସ୍ପଟ୍ରୁ କିଛି ମାରଣାସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଗତ ୧୧ ତାରିଖ ରାତିରେ ଶିବ ନିଜ ବଡ଼ଭାଇ, ଭାଉଜ, ଜଣେ ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା। ୧୨ ତାରିଖ ସକାଳେ ସ୍ୱାଭାବିକ ଭାବେ ଗାଁରେ ବୁଲିଥିଲା । ଲୋକଙ୍କ ସହ କଥା ହୋଇଥିଲା। ଏହାପରେ ସରପଞ୍ଚ, ୱାର୍ଡମେମ୍ବରଙ୍କ ନିକଟକୁ ଭିଡିଓ ଛାଡ଼ି ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।