ଭୁବନେଶ୍ୱର: ରାତି ପାହିଲେ ମହାପ୍ରଭୁଙ୍କ ଜଗନ୍ନାଥ ଙ୍କ ସ୍ନାନ ଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ସେପଟେ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫ ପ୍ଲାଟୁନ୍ ପୁଲସ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଖଞ୍ଜା ଯାଇଛି।
ମହାପ୍ରଭୁଙ୍କ ସ୍ନାନଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ପାଇଁ ଆଜି ବସିଥିଲା ସମୀକ୍ଷା ବୈଠକ। ଏଡିଜି ଆଇନଶୃଙ୍ଖଳା ଆର.କେ ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସ୍ପି କେ. ବିଶାଲ ସିଂହଙ୍କ ସହ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଏହି ଯାତ୍ରା ଦେଖିବା ପାଇଁ ମଙ୍ଗଳବାର ୪ ଲକ୍ଷରୁ ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ଜାକ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍ପି, ୨୧ ଡିଏସ୍ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍ଗାର୍ଡ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି। ୫ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି। ତିନୋଟି ଫେଜରେ ବ୍ୟାରିକେଡ ବ୍ୟବସ୍ଥା, ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଜିକଜାକ ବ୍ୟାରିକେଡ଼ରେ ସ୍ନାନ ମଣ୍ଡପ ପାଖରେ ଦର୍ଶନ କରିବେ ।
