ଟି-୨୦ ଫାଇଟ: ଭୁବନେଶ୍ୱରରୁ ବିଶାଖାପାଟନମ୍‌ ଅଭିମୁଖେ ବାହାରିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର

ଭୁବନେଶ୍ବର: ଭୁବନେଶ୍ୱରରୁ ବିଶାଖାପାଟନମ୍‌ ଅଭିମୁଖେ ବାହାରିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । ତୃତୀୟ ଟି-୨୦ ମ୍ୟାଚ୍‌ ପାଇଁ ବାହାରିଛନ୍ତି ଉଭୟ ଟିମ୍ । ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ ସହ ବିସିସିଆଇ ସଭାପତି ଆଜି ଭୁବନେଶ୍ବର ଛାଡ଼ିଛନ୍ତି ।

ବାରବାଟୀରେ ଦକ୍ଷିଣ ଆଫ୍ରିକାଠାରୁ ୪ ୱିକେଟରେ ପରାଜିତ ହୋଇଥିଲା ଭାରତ । ପରାଜୟ ପରେ ବି ଖେଳାଳି ଯିବା ସମୟରେ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଥିଲା । ପ୍ରତ୍ୟେକ କ୍ରିକେଟ ପ୍ରେମୀ ଟିମ୍‌ ଇଣ୍ଡିଆକୁ ଆଗାମୀ ମ୍ୟାଚ୍‌ ପାଇଁ ଉତ୍ସାହିତ କରିଛନ୍ତି । ଟିମ୍‌ ଇଣ୍ଡିଆର ଭୋଲବୋ ବସ୍‌କୁ ସ୍ବତନ୍ତ୍ର କାର୍କେଡରେ ଏୟାର ପୋର୍ଟ ନିଆଯାଇଛି ।

Related Posts