ମହାରାଷ୍ଟ୍ର ବିଜେପି ନେତା ମୋହିତ କମ୍ବୋଜଙ୍କ ଉପରେ ମରଣାତ୍ମକ ଆକ୍ରମଣ

ମୁମ୍ବାଇ: ମହାରାଷ୍ଟ୍ର ବିଜେପି ନେତା ମୋହିତ କମ୍ବୋଜଙ୍କ ଉପରେ ଆକ୍ରମଣ | କଳାନଗର ଜଙ୍କଶନ ନିକଟରେ ଦୁର୍ବୁତ୍ତ ମାନେ ତାଙ୍କ ଉପରକୁ ଅକର୍ମଣ କରିଥିବା ସୂଚନା ମିଳିଛି | ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହି ଆକ୍ରମଣ କିଏ କରିଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । କୁହାଯାଉଛି ଯେ, ମୋହିତ କମ୍ବୋଜଙ୍କ ଉପରେ ସେହି ସମୟରେ ଆକ୍ରମଣ କରାଯାଇଛି, ଯେଉଁ ସମୟରେ ସେ ନିଜ କାର୍ ଭିତରେ ଥିଲେ ।

ତାଙ୍କ କାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବଙ୍ଗଳା ମାତୋଶ୍ରୀ ପାଖରେ ଛିଡ଼ା ହୋଇଥିଲା । ଏହି ସମୟରେ କିଛି ଲୋକ ତାଙ୍କର କାରକୁ ଆକ୍ରମଣ କରିଥିଲେ ।

ତେବେ ମୋହିତଙ୍କୁ କିଏ ଆକ୍ରମଣ କରିଛି ତାହା ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ମୋହିତ ହେଉଛନ୍ତି ବିଜେପିର ଜଣେ ଭଲ ସ୍ଥାନୀୟ ସଂଗଠକ । ପୂର୍ବରୁ ସେ ମୁମ୍ବାଇ ଶାଖାର ସାଧାରଣ ସଂପାଦକ ଥିଲେ । ୨୦୧୬ରୁ ୧୯ ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିର ମୁମ୍ବାଇ ଯୁବ ଶାଖାର ସଭାପତି ମଧ୍ୟ ଥିଲେ । ତାଙ୍କୁ ୨୦୧୯ରେ ମମ୍ବାଇ ବିଜେପିର ସାଧାରଣ ସଂପାଦକ ଭାବେ ନିଯୁକ୍ତ କରାଯାଇଥିଲା ।

ସେପଟେ ଏହି ଆକ୍ରମଣ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି |

Related Posts