ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ; ପ୍ରେମଚାନ୍ଦ ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସିଇଓ, ହଟିଲେ ବିବାଦୀୟ ମାଲକାନଗିରି ଜିଲ୍ଲାପାଳ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆଇଏଏସ୍‍ ଅଫିସର ସ୍ତରରେ ବଡ ଧରଣର ଅଦଳ ବଦଳ । ୧୯୯୮ ବ୍ୟାଚ୍‍ ଆଇଏଏସ୍‍ ଅଫିସର ସୁରେଶ କୁମାର ବଶିଷ୍ଟଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ବଶିଷ୍ଟ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ । ୨୦୦୮ ବ୍ୟାଚ୍‍ ଆଇଏଏସ୍‍ ଭୂପିନ୍ଦର ସିଂହ ପୁନିଆଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏଥି ସହିତ ଶ୍ରୀ ପୁନିଆ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଇଡକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ । ୨୦୧୦ ବ୍ୟାଚ ଆଇଏଏସ୍‍ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ବଦଳି କରାଯାଇଛି। ୨୦୧୨ ବ୍ୟାଚ୍‍ ଆଇଏଏସ୍‍ ଅନୁପମ ସାହାଙ୍କୁ ଓପେସାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଶ୍ରୀ ସାହା ଗଜପତି ଜିଲ୍ଲାଭାବେ ଦାୟିତ୍ୱରେ ତୁଲାଉଥିଲେ। ସୋନପୁର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍‍ ଆଇଏଏସ୍‍ ମୋନାଲିସା ବାନାର୍ଜୀଙ୍କୁ ବରଗଡ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଥିବା ୨୦୧୪ ବ୍ୟାଚ୍‍ ଆଇଏଏସ୍‍ ୱାଇ.ବିଜୟଙ୍କୁ ପଶୁ ସମ୍ପଦ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ୨୦୧୫ ବ୍ୟାଚ୍‍ ଆଇଏଏସ୍‍ ସୁନିଲ ନରଭଣେଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଶ୍ରୀ ନରଭଣେ ରାଉରକେଲା ଏଡିଏମ୍‍ ଭାବେ ଦାୟିତ୍ୱ ତୁଲାଉଥିଲେ । ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡିଏମ୍‍ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨୦୧୬ ବ୍ୟାଚ୍‍ ଆଇଏଏସ୍‍ ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି ଦିଆଯାଇଛି।

ଶ୍ରୀ ସିଂହ ପୂର୍ବରୁ ଯାଜପୁର ପିଡି ଡିଆରଡିଏ ଦାୟିତ୍ୱ ତୁଲାଉଥିଲେ ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୋମେଶ କୁମାର ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି ଡିଆରଡିଏ ଭାବେ ବଦଳି କରାଯାଇଛି। ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ସୁଶ୍ରୀ ପ ଅନ୍ୱେଶା ରେଡ୍ଡୀଙ୍କୁ ମୟୁରଭଞ୍ଜ ପିଡି, ଡିଆରଡିଏ ଭାବେ ନିଯୁକ୍ତି ଦିଆଯାଇଛି। ସୁଶ୍ରୀ ରେଡ୍ଡୀ ବାରିପଦା ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ଥିଲେ । ୨୦୧୭ ବ୍ୟାଚ୍‍ ଆଇଏଏସ୍‍ ଦିବାକର ଟି.ଏସ. ଓକାକର ଓଏସ୍‍ଡି ଭାବେ ବଦଳି କରାଯାଇଛି। ଶ୍ରୀ ଦିବାକର ଧର୍ମଗଡ ଉପଜିଲ୍ଲାପାଳ ଦାୟିତ୍ୱରେ ତୁଲାଉଥିଲେ । ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଙ୍ଗପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ଶ୍ରୀ ସୁନିଲ ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଓଡିଶା ଫେରିଥିଲେ।  ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଅନ୍ୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ ଭାବେ ନିଯୁକ୍ତି  ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ମହାଜନ ମନୋଜ ସତ୍ୟାୱନଙ୍କୁ ଟିଟିଲାଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ପାୱାର ସଚିନ ପ୍ରକାଶଙ୍କୁ ଧର୍ମଗଡ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚ୍‍ ଆଇଏଏସ୍‍ ଈଶ୍ୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। 

Related Posts