ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସୁରକ୍ଷାରେ ବଡ଼ ଅବହେଳା; ନିଲମ୍ବିତ ହେଲେ ୮ ପୁଲିସ କର୍ମଚାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ବଡ଼ ଅବହେଳା । ତେବେ ବିମାନବନ୍ଦରରୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା । ଏହା ଦ୍ୱାରା ଉତ୍ତେଜନା ଦେଖାଦେଇଥିଲା । କର୍ତ୍ତୃପକ୍ଷ କୌଣସି ପ୍ରକାରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବିମାନବନ୍ଦର ବାହାରେ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଇନ୍ସପେକ୍ଟରଙ୍କ ସମେତ ଆଠ ଜଣ ପୁଲିସ କର୍ମଚାରୀଙ୍କୁ ଏସଏସପି ନିଲମ୍ବିତ କରିଛନ୍ତି । କୁହାଯାଉଛି ଯେ ଶୁକ୍ରବାର ଦିନ ଗୋରଖପୁରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା । ଦିଲ୍ଲୀରୁ ଗୋରଖପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କୁ ପାଛୋଟି ଆଣିବାକୁ ୧୧ଟା ୨୮ ମିନିଟରେ ବିମାନବନ୍ଦରକୁ ଯାଉଥିଲେ । ଏହି ସମୟରେ ଏଭଳି ଅବହେଳା ଦେଖାଦେଇଥିଲା ।

ଏସଏସପି ଡ. ଭିପିନ ତାଡ଼ା ଏହି ଘଟଣାର ଅନୁସନ୍ଧାନ କରିଥିଲେ । ଜଣାପଡ଼ିଥିଲା ଯେ ବିମାନ ବନ୍ଦରରୁ ପୂର୍ବ ଦିଗକୁ ଯାନବାହନ ଚଳାଚଳ ବନ୍ଦ କରିବା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ଅବହେଳା କରୁଛନ୍ତି । ସେ କୁସମି ପାଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକୁ ବିମାନବନ୍ଦର ଆଡ଼କୁ ପଠାଇଥିଲେ । ଏହି ଅବହେଳାର ଅଭିଯୋଗରେ ଡୁ୍ୟଟିରେ ଥିବା ଏସଏସପି, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଯଦୁନନ୍ଦଦ ଯାଦବ, ଇନ୍ସପେକ୍ଟର ଅଜୟ ରାୟ, କନଷ୍ଟେବଳ ବି୍ରଜେଶ ଯାଦ, ସତ୍ୟେନ୍ଦ୍ର ଯାଦବ, ବିବେକ ମିଶ୍ର, କନେଷ୍ଟବଳ ସୁଜିତ ଯାଦବ, ମହିଳା କନଷ୍ଟେବଳ ଅରୁଣିମା ମିଶ୍ର, କନଷ୍ଟେବଳ କିରଣ ଚୌଧୁରୀ ପ୍ରମୁଖଙ୍କୁ ନିଲମ୍ବିତ କରାଯାଇଛି ।

Related Posts