କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ: ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ

ଭୁବନେଶ୍ୱର: କମିଶନରେଟ ପୋଲିସରେ ହେଲା ବଡ଼ ଧରଣର ଅଦଳବଦଳ । ୨୦ ଜଣ ଅଫିସରଙ୍କ ବଦଳି କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି ।

ଆଇଆଇସି ମନୋଜ କୁମାର ଶତପଥୀଙ୍କୁ ସହିଦ ନଗର ଥାନା ଆଇଆଇସି ଭାବେ ବଦଳି କରାଯାଇଛି । ଅନ୍ୟପଟେ ପି ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା, ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଥିବା ବେଳେ ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଆଇଆଇସି ଦ୍ୱାୟିତ୍ୱ ମିଳିଛି

Related Posts