ଇଡି ସ୍କାନରରେ ମାଲାୟଲମ ଷ୍ଟାର୍ ମୋହନଲାଲ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇଡି ସ୍କାନରରେ ମାଲାୟଲମ ଷ୍ଟାର୍ ମୋହନଲାଲ୍ । ଆସନ୍ତା ସପ୍ତାହରେ ଅଭିନେତା, ପ୍ରଯୋଜନକ ତଥା ପ୍ଲେବ୍ୟାକ୍ ସିଙ୍ଗର ମୋହନଲାଲ୍‌ଙ୍କୁ ମନି ଲଣ୍ଡରିଂ ମାମଲାରେ ପଚାରଉଚରା କରିବ ଇଡି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ସମନ କରାଯାଇଛି। ଆସନ୍ତା ସପ୍ତାହରେ କୋଚି ସ୍ଥିତି ଇଡି ଅଫିସ୍‌ରେ ହାଜର ହେବାକୁ ଇଡି ନୋଟିସ୍ କରିଛି। ପୁରୁଣା ଓ ଐତିହାସିକ ଦୁର୍ଲଭ ସାମଗ୍ରୀଗୁଡ଼ିକୁ ଜାଲିୟାତି କରି ଚାଲାଣ କରୁଥିବା ଠକ ମନସୁନ ମାଭୁଙ୍କଲ ସହିତ ଲିଙ୍କ୍ ନେଇ ଇଡି ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।

ଲୋକଙ୍କୁ ଠକି ୧୦ କୋଟି ଟଙ୍କାର ଚୂନ ଲଗାଇବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ମାସରେ ମନସୁନକୁ ଗିରଫ କରିଥିଲା କେରଳ ପୁଲିସ। ତା ପୂର୍ବରୁ ମୋହନଲାଲ୍ ମନସୁନର କେରଳ ସ୍ଥିତି ବାସଭବନକୁ ଯାଇଥିବା ସୂଚନା ମିଳିଛି। ଯଦିଓ ସେ ମନସୁନ ଘରକୁ କାହିଁକି ଯାଇଥିଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନି, ତେବେ ସନ୍ଦେହରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇପାରେ ବୋଲି ସୂଚନା ମିଳିଛି। ଏ ଖବର ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts