ଗହମ ରପ୍ତାନୀ ଉପରେ ତତ୍କାଳ ରୋକ ଲଗାଇଲା ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗହମ ରପ୍ତାନୀ ଉପରେ ତତ୍କାଳ ରୋକ ଲଗାଇଲା ଭାରତ । ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ତତ୍କାଳ ପ୍ରଭାବରେ ଗହମ ରପ୍ତାନୀ ବନ୍ଦ ହୋଇଥିବା ସୂଚିତ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଗହମର ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ତେବେ ପୂର୍ବରୁ ଜାରି ହୋଇସାରିଥିବା ଲେଟର ଅଫ କ୍ରେଡିଟ୍ ପୂରଣ କରାଯିବ ବୋଲି ସରକାର ଅଧିସୂଚନାରେ କହିଛନ୍ତି। ଗହମ ଉତ୍ପାଦନରେ ଋଷିଆ ଓ ୟୁକ୍ରେନ ପଛକୁ ରହିଛି ଭାରତ। ଗତ ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ କୃଷ୍ଣ ସାଗରରେ ରପ୍ତାନୀ ପ୍ରଭାବିତ ହୋଇଥିଲା। ଏଣୁ ଗହମ ଲାଗି ବୈଶ୍ୱିକ କ୍ରେତାମାନେ ଭାରତକୁ ମୁହାଁଇଥିଲେ।

ଋଷିଆ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଗହମ ରପ୍ତାନୀ ପ୍ରଭାବିତ ହୋଇଥିବା ବେଳେ ବୈଶ୍ୱିକ ଗହମ ଦରରେ ଅନୁନ୍ୟ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ଏଣୁ ଭାରତର ଗହମ ରପ୍ତାନୀ ବୃଦ୍ଧି ହୋଇଥିବା ବେଳେ ସ୍ଥାନୀୟ ବଜାରରେ ମଧ୍ୟ ମୂଲ୍ୟ ବଢିଛି।ଫଳରେ ଅଟା ମୂଲ୍ୟ ବଢିବା ଏବେଚିନ୍ତାର କାରଣ ପାଲଟିଛି। ସାରା ଦେଶରେ ଖାଦ୍ୟ ଶସ୍ୟ ମୂଲ୍ୟ ଏବେ ବଢିବାରେ ଲାଗିଛି ଏଥିରେ ଅଟା ଓ ଗହମ ଜାତ ଉତ୍ପାଦ ମୂଲ୍ୟରେ ୧୩ ପ୍ରତିଶତ ପର‌୍ୟ୍ୟନ୍ତ ବୃଦ୍ଧିକୁ ନଜରରେ ରଖି ସରକାର ରପ୍ତାନୀ ବନ୍ଦ ଲାଗି ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ସରକାର ଗହମର ବୈଶ୍ୱିକ ମୂଲ୍ୟରେ ଅଚାନକ ବୃଦ୍ଧି ଭାରତ ସମେତ ପଡୋଶୀ ଓ ଅନ୍ୟ ଦୁର୍ବଳ ଦେଶଙ୍କ ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି ବୋଲି କହିଛନ୍ତି।

Related Posts