ମାଲକାନଗିରି: ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା ତୁଳସୀ ଜଂଗଲରେ କୁମ୍ବିଂ ଅପରେସନ ବେଳେ ଜଣେ ମାଓ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗିରଫ ମାଓ ସଦସ୍ୟ ଲକ୍ଷ୍ମଣ ପଡିଆମି । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ତାଙ୍କୁ ଗିରଫ କରିଛି ଏସଓଜି ଓ ଡିଭିଏଫ। ଲକ୍ଷ୍ମଣ ପଡିଆମି ମହୁପଦର ଏଲଓଏସର ପାର୍ଟି ସଦସ୍ୟ ଭାବେ ସକ୍ରିୟ ଥିଲେ ବୋଲି ଜଣାଯାଇଛି।
୨୦୧୭ ମସିହା ଠାରୁ ଆନ୍ଧ୍ର ଛତିଶଗଡ଼ ସୀମାବର୍ତ୍ତୀ ଦଣ୍ଡକାରଣ୍ୟ ସ୍ପେସାଲ୍ ଜୋନାଲ କମିଟିର ସଦସ୍ୟ ଥିଲେ ଲକ୍ଷ୍ମଣ। ସେ ଛତିଶଗଡ ସମେତ ଓଡ଼ିଶାର ବହୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି ମାଲକାନଗିରି ଏସପି ନିତେଶ ଓ୍ବାଧଓ୍ବାନୀ ସୂଚନା ଦେଇଛନ୍ତି ।
