
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଶ୍ରୀଲଙ୍କାରେ ଜାରି ଅର୍ଥନୈତିକ ସଙ୍କଟ ଭିତରେ ଭାରତ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛି । ବୈଦେଶିକମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ଆମେ ଶ୍ରୀଲଙ୍କାକୁ ବନ୍ଧୁତ୍ୱର ହାତ ବଢାଇଛୁ । ପୂର୍ବରୁ ଆମେ ଶ୍ରୀଲଙ୍କା ସହ ଥିଲୁ ଆଜିବି ଅଛୁ । ଆଗକୁ ମଧ୍ୟ ଭାରତ ଶ୍ରୀଲଙ୍କା ସହ ସବୁ ପରିସ୍ଥିତି ରେ ରହିବ ଓ ଯଥା ସମ୍ଭବ ସହାୟତା ଯୋଗାଇ ଦେବ ।ଏଭଳି ଆର୍ଥିକ ସଙ୍କଟକୁ ଦେଖି ଅନ୍ୟ କେହି ଦେଶ ଶ୍ରୀଲଙ୍କା କୁ ସହଯୋଗର ହାତ ବଢାଇ ନାହାନ୍ତି କିନ୍ତୁ ଭାରତ ନିଜର ବଡ ହୃଦୟର ଦେଖାଇ ଯଥାସମ୍ଭବ ଶ୍ରୀଲଙ୍କା କୁ ସହଯୋଗ କରିବ।
ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ଶ୍ରୀଲଙ୍କାର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ସାଧାରଣ ଆବଶ୍ୟକ ଜିନିଷର ଦାମ ଅକାଶଛୁଆଁ ହୋଇଯାଇଛି । ଏହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି । ଶନିବାର ପରସ୍ଥିତି ଏମିତି ହୋଇଥିଲା ଯେ ଲୋକେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ଆସିଛନ୍ତି । ଏହାପରେ ରାଷ୍ଟ୍ରପତିଙ୍କ ପଳାୟନ ଏମାନଙ୍କୁ ଆହୁରି ସୁଯୋଗ ଦେଇଛି । ଏବେ ରାଷ୍ଟ୍ରପତି ଭବନରେ ସାଧାରଣ ଲୋକେ ରହିବା ରୋଷେଇ ଘରେ ରୋଷେଇ କରିବା, ସୁଇମିଂ ପୁଲରେ ଗାଧୋଇବା ଆଦି ଦେଖିବାକୁ ମିଳିଛି । ଏହାସହ ଲୋକେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭାନରେ ବି ନିଆଁ ଲଗାଇ ଦେଇଛନ୍ତି ।