ମଲ୍ଲିକାର୍ଜୁନ ଖଡଗେ କୋରୋନା ସଂକ୍ରମିତ; ସ୍ବାଧୀନତା ଦିବସରେ ସାମିଲ ନହେବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି କଲେ ଅବଗତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସେ ବର୍ତ୍ତମାନ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ଏହି କାରଣରୁ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ସେ ହୋଇପାରିବେ ନାହିଁ। ଖଡଗେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇ ନପାରିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

କୋଭିଡ ସଂକ୍ରମିତ ଟେଷ୍ଟ ହେବା ପରେ ରାଜନାଥଙ୍କୁ ଲେଖିଥିବା ଚିଠିରେ ଖଡଗେ ଉଲ୍ଲେଖ କିରଛନ୍ତି, ”ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେବାକୁ ଥିବା ଉତ୍ସବ ଆମ ସମସ୍ତଙ୍କ ପାଇଁ ଏକ ଗର୍ବର କଥା । ମୁଁ ମଧ୍ୟ ସେଥିରେ ଅଂଶଗ୍ରହଣ କରିବା ପାଇଁ ବେସ ଉତ୍ସାହିତ ଥିଲି । କିନ୍ତୁ ମୁଁ କୋଭିଡରେ ଆକ୍ରାନ୍ତ ହୋଇଥିବାରୁ ମୁଁ ଏହି ଉତ୍ସବରେ ଅଂଶଗ୍ରହଣ କରିପାରୁନାହିଁ ।”

ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପୁଣି ଥରେ ଦ୍ବିତୀୟ ଥର ପାଇଁ କୋଭିଡରେ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ କୋଭିଡରେ ସଂକ୍ରମିତ ହୋଇ ପ୍ରଥମେ ଗୃହ ସଙ୍ଗରୋଧ ପରେ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ ସୋନିଆ । ତେବେ ସେହି କାରଣରୁ ତାଙ୍କର ଇଡି ରେ ହାଜର ହେବା ମଧ୍ୟ ପ୍ରଭାବିତ ହୋଇଥିଲା । ଏବେ ପୁଣିଥରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Related Posts