ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଲ୍ଲିକାର୍ଜୁନ ଖଡ଼ଗେଙ୍କର ମୋଟ ୩୮.୭୬ କୋଟି ଟଙ୍କାର ସମ୍ପତ୍ତି; ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ସତ୍ୟପାଠରେ କଲେ ଘୋଷଣା । ସତ୍ୟପାଠରେ ଖଡ଼ଗେ କହିଛନ୍ତି, ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଳ୍ୟ ୧୧.୩୭ କୋଟି। ଏଥିରୁ ୬.୬୦ କୋଟି ତାଙ୍କ ନାମରେ ଅଛି ଏବଂ ୪.୪୧ କୋଟି ଟଙ୍କା ତାଙ୍କ ପତ୍ନୀ ରାଧା ବାଇଙ୍କ ନାମରେ ରହିଛି।
ଏଚୟୁଏଫ୍ (ହିନ୍ଦୁ ଅନଡିଭାଇଡେ୍ ଫ୍ୟାମିଲି) ଅଧୀନରେ ତାଙ୍କର ୩୬.୦୯ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସତ୍ୟପାଠରେ ଦର୍ଶାଯାଇଛି ଯେ ଖଡ଼ଗେଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୮.୩୧ କୋଟି ଏବଂ ତାଙ୍କ ପତ୍ନୀଙ୍କ ସ୍ଥାବର ସମ୍ପତ୍ତି ମୁଲ୍ୟ ୯.୮୬ କୋଟି।ସେହିପରି ଏଚ୍ୟୁଏଫ୍ ଅଧୀନରେ ୯.୨୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ଏଥିସହ ମୋଟ୍ ସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୨୭.୩୯ କୋଟି। ସତ୍ୟପାଠ ଅନୁଯାୟୀ ଖଡ଼ଗେଙ୍କର ମୋଟ୍ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୩୮.୭୬ କୋଟି। ଏହାବାଦ ଖଡ଼ଗେ ଏବଂ ତାଙ୍କ ପତ୍ନୀଙ୍କର ପାଖାପାଖି ୨.୦୪ କୋଟି ଟଙ୍କାର ସୁନା ରହିଛି। ସତ୍ୟପାଠରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଦମ୍ପତିଙ୍କର କାଲବୁରାଗି ଏବଂ ବେଙ୍ଗାଲୁରୁରେ ଚାଷ ଜମି ରହିଛି। ସତ୍ୟପାଠ ଅନୁଯାୟୀ ଖଡ଼ଗେଙ୍କ ବିରୋଧରେ ୧୦ଟି ଅପରାଧୀକ ମାମଲା ରହିଛି।
