‘ମମତା ବାନାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି’: ଅମର୍ତ୍ତ୍ୟ ସେନ

ଭୁବନେଶ୍ୱର,୧୪/୧(ସତ୍ୟପାଠ ବ୍ୟୁରୋ): ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ୨୦୨୪ ସାଧାରଣ ନିର୍ବାଚନ ନେଇ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀଦଳମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ୯୦ ବର୍ଷିୟ ଏହି ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି । ହେଲେ ବିଜେପିକୁ ନେଇ ଲୋକଙ୍କ ନିକଟରେ ଥିବା ନିରାଶାକୁ ନିଜର କ୍ଷମତାରେ ବଦଳାଇବା ମମତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ସେ କହିଛନ୍ତି ।

ଅମର୍ତ୍ତ୍ୟ ସେନ୍ କହିଛନ୍ତି କି ଏହା ଭାବିଭା ଭୁଲ ଯେ ୨୦୨୪ ଲୋକସଭା ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ବିଜେପି ସପକ୍ଷରେ ଯିବ । ହେଲେ ଆଗାମୀ ଲୋକସଭା ନିର୍ବାଚନରେ ଆଞ୍ଚଳିକଦଳମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଏହି ଅର୍ଥଶାସ୍ତ୍ରୀ ଜଣଙ୍କ କହିଛନ୍ତି କି ଏହା ଭାବିବା ଭୁଲ କି ଦେଶରେ ଏଭଳି କୌଣସି ରାଜନୈତିକ ଦଳନାହିଁ ଯେ କି ବିଜେପିର ସ୍ଥାନ ନେଇପାରିବ । ବିଜେପି ଭାରତର ବିକାଶ ଲକ୍ଷ୍ୟକୁ କମଜୋର କରୁଥିବା କଥା ସେ କହିଛନ୍ତି । ବିଜେପି ଭାବୁଛି କି କେବଳ ହିନ୍ଦୁମାନଙ୍କର ଓ ହିନ୍ଦୀ ଭାଷାଭାଷି ଲୋକଙ୍କ ପାଇଁ ଭାରତ । ଏଭଳି ସଂକୋଚିତ ଭାବନା ବିଜେପି ଲୋକଙ୍କ ମନରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ଓ ଜେଡିୟୁ ଭଳି ରାଜନୈତିକଦଳମାନେ ଏକ ମେଣ୍ଟ ପାଇଁ ଯୋଜନା ଚଳାଇଛନ୍ତି । ଏହି ମେଣ୍ଟର ଲଢେଇ ବିଜେପିକୁ ପରାସ୍ତ କରିବ ବୋଲି ସେ କହିଛନ୍ତି ।

ସେପଟେ ୨୦୨୪ ରେ କଂଗ୍ରେସ କ୍ଷମତାକୁ ଫେରିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଅମର୍ତ୍ତ୍ୟ ସେନ କହିଛନ୍ତି କି, କଂଗ୍ରେସ ଦୁର୍ବଳ ହୋଇସାରିଛି । ହେଲେ ଦେଶରେ ଅଖିଳ ଭାରତୀୟ ଦୃଷ୍ଟି ପ୍ରଦାନ କରିବାରେ କଂଗ୍ରେସ ହେଉଛି ଏକମାତ୍ର ରାଜନୈତିକ ଦଳ ବୋଲି ସେ କହିଛନ୍ତି ।

Related Posts