କେନ୍ଦ୍ର ସରକାରଙ୍କୁ ମମତା ବାନାର୍ଜୀଙ୍କ କଟାକ୍ଷ; ଆମ ମୃତ୍ୟୁ ଉପରେ କେତେ ଜିଏସ୍‌ଟି ନେବ ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ନେଇ କେନ୍ଦ୍ର ସରକାରଙ୍କୁ ଗୁରୁବାର ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ଦହି, ଚାଉଳ, ଏପରିକି ଡାକ୍ତରଖାନା ଶଯ୍ୟା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି, ତେବେ ମୃତ୍ୟୁ ଉପରେ କେତେ ଜିଏସ୍‌ଟି ଆଦାୟ କରାଯିବ ବୋଲି ମମତା ପ୍ରଶ୍ନ କରିଛନ୍ତି।କୋଲକାତାରେ ଆୟୋଜିତ ଏକ ରାଲିରେ ମମତା ନିଜର ଚିରାଚରିତ ଶୈଳୀରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ସେ କହିଥିଲେ, ଇଡି, ସିବିଆଇ ହେଉଛି ବିଜେପି ସରକାରର ମେରୁଦଣ୍ଡ କିନ୍ତୁ ମୋତେ କେହି ଭୟଭୀତ କରିପାରିବେ ନାହିଁ। ଭାରତର ଲୋକଙ୍କୁ ଆଉ କେତେ ଲୁଟ୍‌ କରିବ ବୋଲି ପ୍ରଶ୍ନ କରିଛନ୍ତି ମମତା। ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରାଯାଉଛି। ତେବେ ମୃତ୍ୟୁ ଉପରେ କେତେ ଜିଏସ୍‌ଟି ଆଦାୟ କରାଯିବ କହି କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ମମତା ବାନାର୍ଜୀ।

ସୂଚନାଯୋଗ୍ୟ, ନିକଟରେ ଜିଏସ୍‌ଟି ପରିଷଦ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିଛି। ଏନେଇ ବିରୋଧୀଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରାଯାଉଛି।

Related Posts