ଚାଷଜମିରେ ଓଲଟିଲା ଟ୍ରାକ୍ଟର, ଘଟଣା ସ୍ଥଳରେ ଚାଷୀ ମୃତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନୂଆପଡା ଜିଲ୍ଲା କୋମନା ଥାନା ଭାଲୁକୋନା ଗାଁରେ ଅଘଟଣ । ଚାଷ ଜମିରେ ଓଲଟିଲା ଟ୍ରାକ୍ଟର । ଫଳରେ ଚାଷୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଭାଲୁକୋନା ଗ୍ରାମର ଅଶୋକ ମାଝୀ । ନିଜ ଜମିରେ କାଦୁଅ କରୁଥିବା ବେଳେ ଓଲଟି ପଡିଥିଲା ଟ୍ରାକ୍ଟର । ଯାହା ଫଳରେ କାଦୁଅ ଭିତରେ ଚାପି ହୋଇ ଯାଇଥିଲେ ଅଶୋକ । ଘଟଣା ସ୍ଥଳରେ କୋମନା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ବେଳକୁ ଅଶୋକଙ୍କ ମୃତ୍ୟୁ ହୋଇ ସାରିଥିଲା । ଘଟଣାସ୍ଥଳରେ କୋମନା ପୋଲିସ ସହ ତରବୋଡ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related Posts