
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିଲ୍ଲୀ ମୁଖ୍ରମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । ତେବେ ମମତା ବାନାର୍ଜୀଙ୍କ ସହ ତାଙ୍କ ପୁତୁରା ତଥା ତ୍ରିନାମୁଲ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଥିବାବେଳେ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆମ୍ ଆଦମୀ ପାର୍ଟି ବିଧାୟକ ରାଘବ ଚାଧା ମଧ୍ୟ ନଜର ଆସିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଦିଙ୍କୁ ଭେଟିଛନ୍ତି ବୋଲି ଟ୍ୱିଟ କରି ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହା ସହ ତାଙ୍କର ଏବଂ ମମତାଙ୍କ ପଶ୍ଚିମବଙ୍ଗ ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା ବୋଲି କେଜ୍ରିୱାଲ କହିଛନ୍ତି ।
ଏହା ସାଙ୍ଗକୁ ସେ ପଶ୍ଚିମବଙ୍ଗ ବିଧାନସଭାର ବିଜୟର ଶୁଭେଚ୍ଛା ଜଣାଇବା ସହ ଅନେକ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ କେଜ୍ରିୱାଲଙ୍କୁ ଭେଟିବା ପୂର୍ବରୁ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ । ମମତା ବାନାର୍ଜୀ ଗତ ପାଞ୍ଚ ଦିନ ଧରି ଜାତୀୟ ରାଜଧାନୀରେ ଅଛନ୍ତି । ଯେଉଁଥିରେ କଂଗ୍ରେସର କମଲ ନାଥ ଏବଂ ଆନନ୍ଦ ଶର୍ମାଙ୍କ ସହ ବହୁ ବିରୋଧୀଦଳର ନେତାଙ୍କୁ ଭେଟିଥିଲେ।
ଅନ୍ୟପଟେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ତାଙ୍କର ଜବରଦସ୍ତ ବିଜୟ ପରେ ଏହା ହେଉଛି ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ । ମମତା ବାନାର୍ଜୀ ବିରୋଧୀ ଶିବିର ମଧ୍ୟରେ ଏକଜୁଟ ହୋଇ ବିଜେପି ବିରୋଧୀ ମିଳିତ ମଞ୍ଚ ଗଠନ କରିବାକୁ ଉଦ୍ୟମ କରିଥିଲେ । ନୂଆ ଦିଲ୍ଲୀରେ ଚାଲିଥିବା ପାଞ୍ଚ ଦିନିଆ ଯାତ୍ରା ସମୟରେ ମମତା ବାନାର୍ଜୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସମେତ ଅନ୍ୟ ବରିଷ୍ଠ ବିତରୋଧୀଦଳ ନେତାଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି ।
ତେବେ ଗତ ମାସରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନୂଆଦିଲ୍ଲୀ ବାସଭବନରେ ବିଭିନ୍ନ ରାଜନୈତିକ ଦଳର ନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ ଏକାଠି ହୋଇ ବିଜେପି ବିରୋଧୀ ସାମ୍ମୁଖ୍ୟର ଆଲୋଚନା କରୁଥିବାର କଥା ସାମ୍ନାକୁ ଆସିଥିଲା । ଅପରିପକ୍ଷରେ ମମତା ବାନାର୍ଜୀ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରାୟ ୪୦ ମିନିଟର ବୈଠକରେ ବସିଥିଲେ ।
ଏନେଇ ମମତା ଗଣମାଧ୍ୟମକୁ କହିଛନ୍ତି ଏହି ବୈଠକରେ କେବଳ ପଶ୍ଚିମବଙ୍ଗରେ କୋଭିଡ ଟିକା ଏବଂ ବିକାଶ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଛି । ଶେଷରେ ମମତା ପେଗାସସ ମାମଲାକୁ ନେଇ ମଧ୍ୟ ମମତା ବଡ ବୟାନ ଦେଇଛନ୍ତି । ତେବେ ପେଗାସସ ମାମଲା ଦିନକୁ ଦିନ ସାରା ଦେଶରେ ଏକ ଗମ୍ଭୀର ମୁଦ୍ଦା ହେବାରେ ଲାଗିଛି । ତେଣୁ ପ୍ରଧାନମନ୍ତ୍ରୀ ଯଥାଶୀଘ୍ର ଏକ ସର୍ବଦଳୀୟ ବୈଠକ ଡାକି ଏହି ବିବାଦର ସମାଧାନ କରନ୍ତୁ ବୋଳଇ କହିଥିଲେ