(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ ମେଡିକାଲ ଏବଂ ଡେଣ୍ଟାଲ ପାଠ ପଢା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବଡ ଘୋଷଣା କରିଛନ୍ତି । ତେବେ ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ନୂଆ ଆରକ୍ଷଣ ନିୟମ ଲାଗୁ କରାଯାଇଛି । ଏହି କ୍ରମରେ ଏଣିକି ଅନ୍ୟାନ୍ୟ ପଛୁଆ ବର୍ଗ (OBC)ଙ୍କ ପାଇଁ ୨୭ ପ୍ରତିଶତ ଏବଂ ଆର୍ଥିକ ଅନଗ୍ରସର ବର୍ଗ(EWS)ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ ମଧ୍ୟ କରିଛନ୍ତି ।
ତେବେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମ ପାଇଁ ଅଲ ଇଣ୍ଡିଆ କୋଟା ଯୋଜନାରେ ଓବିସି ପାଇଁ ୨୭% ସଂରକ୍ଷଣ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀପାଇଁ ୧୦% ସଂରକ୍ଷଣ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଅଲ ଇଣ୍ଡିଆ କୋଟା ସ୍କିମ ଅଧିନରେ ଥିବା କୌଣସି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ ଏହାର ଲାଭ ନେଇ ପାରିବେ । ପୂର୍ବରୁ ଏହା କେବଳ କେନ୍ଦ୍ରର ଅନୁଷ୍ଠାନ ଗୁଡିକରେ କାର୍ଯ୍ୟକାରୀ ହେଉଥିଲା । ଏହି ସ୍କିମ ୨୦୨୧-୨୨ରୁ କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଏପରି ହେବା ଦ୍ୱାରା ପାଖାପାଖି ୫,୫୦୦ ଛାତ୍ରଛାତୀ ଉପକୃତ ହୋଇପାରିବେ ।
ସେହିପରି ପ୍ରତିବର୍ଷ ୫୫୦ ଆର୍ଥିକ ଦୁର୍ବଳ ଛାତ୍ରଛାତ୍ରୀ ଏବଂ ପୋଷ୍ଟଗ୍ରାଜୁଏସନରେ ୧୦୦୦ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀ ଲାଭ ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଅପରିପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ସୋମବାର ଅନୁଷ୍ଠିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସଂପୃକ୍ତ କେନ୍ଦ୍ର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହ ଏପରି ନିଷ୍ପତ୍ତି ଦ୍ୱାରା ଏମବିବିଏସରେ ପ୍ରାୟ ୧,୫୦୦ ଓବିସି ଛାତ୍ର ଏବଂ ସ୍ନାତକୋତ୍ତରରେ ୨୫୦୦ ଓବିସି ଛାତ୍ର ଏବଂ ଏମବିବିଏସରେ ପ୍ରାୟ ୫୫୦ EWS ଛାତ୍ର ଏବଂ ସ୍ନାତକୋତ୍ତର ପରେ ପ୍ରାୟ ୧୦୦୦ EWS ଛାତ୍ର ଉପକୃତ ହେବେ। ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷଦରୁ ସ୍ପଷ୍ଟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ୨୦୦୭ ମସିହା ପର୍ଯ୍ୟନ୍ତ AIQ ଆଧାରରେ କୌଣସି କୋଟା ନଥିଲା ।
ତେବେ ୨୦୦୭ ମସିହାରେ ସୁପ୍ରିମକୋର୍ଟ SCକୁ ୧୫ ପ୍ରତିଶତ STକୁ ୭.୫ ପ୍ରତିଶତ ଆରକ୍ଷଣ ପାଇଁ ନିର୍ଦେଶ ଦେଇଥିଲେ । କେନ୍ଦ୍ରୀୟ ଶିକ୍ଷଣିକ ଅଧିନିୟମ ଲାଗୁ ହେବାପରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ଲାଭ ମିଳିବାକୁ ଲାଗିଲା । କିନ୍ତୁ ଏହା କେବଳ କେନ୍ଦ୍ରୀୟ ଶିକ୍ଷଣିକ ସଂସ୍ଥାନମାନଙ୍କରେ ଲାଗୁଥିଲା । ଏହାକୁ ଷ୍ଟେଟ୍ ମେଡିକାଲ ଏବଂ ଡେଣ୍ଟାଲ କଲେଜରେ ଲାଗୁ କରାଯାଇନଥିଲା । ଏବେ କିନ୍ତୁ ଓବିସି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ପାଇପାରିବ।