ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଟିଏମସି କଡା ମୁକାବିଲା: ମମତାଙ୍କ ଠାରୁ ଆଗରେ ଶୁଭେନ୍ଦୁ ଅଧିକାରୀ

nandigram

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ନିର୍ବାଚନର ରେଜଲ୍ଟ ଉପରେ ରହିଛି । ତେବେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଥିବାର ସୂଚନା ମିଳିଛି । ପ୍ରଥମେ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ଦେଖିବା ପାଇଁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଟିଏମସି ବିଜେପିକୁ ପଛରେ ପକାଇ ଦେଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଟିଏମସି ୧୯୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୯୮ ଟି ଆସନରେ ଆଗୁଆ ରହିଛି । ଅନ୍ୟପଟେ ନନ୍ଦିଗ୍ରାମରେ ଟିଏମସିକୁ ପଛରେ ପକାଇଛି ବିଜେପି । ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆଗରେ ଅଛନ୍ତି । ତେବେ ଏକ ସଂସ୍ଥାର ସର୍ଭେରୁ ମମତା ୧୨୮-୧୩୮ ଆସନ ଏବଂ ବିଜେପି ପାଇଁ ୧୩୮-୧୪୮ ସିଟ ପାଇବେ ବୋଲି ଅନୁମାନ କରାଯାଉଛି । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ୫ ହଜାର ଭୋଟରେ ମମତାଙ୍କ ଠାରୁ ଆଗରେ ରହିଥିବାର ସୂଚନା ମିଳିଛି । ମୋଟ ୧୭ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ଷଷ୍ଠ ରାଉଣ୍ଡ ଭୋଟ ଗଣତି ଚାଲିଛି । ତେବେ ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ ପୁର୍ବ ମେଦିନୀପୁର ଜିଲ୍ଲା ଅଧୀନରେ ଆସିଥାଏ । ଅନ୍ୟପଟେ ପଶ୍ଚିମବଙ୍ଗ ରାଜନୀତିରେ ନନ୍ଦିଗ୍ରାମର ଏକ ବିଶେଷ ସ୍ଥାନ ରହିଛି । ୨୦୦୭ ମସିହାରେ ମମତା ବାନାର୍ଜୀ ବାମ ସରକାରଙ୍କ ବିରୋଧରେ ନନ୍ଦିଗ୍ରାମରୁ ହିଁ ରାଜନୈତିକ ଆନ୍ଦୋଳନ ଆରମ୍ଭ କରିଥିଲେ ।

Related Posts